ଆଜିର ଦିନରେ ରିଲିଜ ହୋଇଥିଲା ଭାରତର ପ୍ରଥମ ହିନ୍ଦୀ ଚଳଚିତ୍ର

1 min read

ହିନ୍ଦୀ ସିନେମା ଜଗତ ପାଇଁ ଆଜିର ଦିନ ଏକ ଅଭୁଲା ଦିନ । ଆଜିର ଦିନରେ ୧୦୮ ବର୍ଷ ତଳେ ପ୍ରଥମଥର ଭାରତୀୟ ଫିଚର ଫିଲ୍ମ ନିର୍ମାଣ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଆମ ଭାରତୀୟ ସିନେମାରେ ଅନେକ ପରିବର୍ତ୍ତନ ଘଟିଛି । କିନ୍ତୁ ଆଜି ବି ହିନ୍ଦୀ ସିନେମାର ପ୍ରଥମ ଚଳଚିତ୍ର ହିସାବରେ କେବଳ ଦାଦା ସାହେବ ଫାଲକେଙ୍କର ‘ରାଜା ହରିଶ୍ଚନ୍ଦ୍ର’ ମନେପଡେ । ୧୯୧୩ରେ ଆଜିର ଦିନରେ ‘ରାଜା ହରିଶ୍ଚନ୍ଦ୍ର’ ଫିଚର ଫିଲ୍ମ ରିଲିଜ ହୋଇଥିଲା । ଏହା ପୂର୍ବରୁ ଭାରତୀୟ ଲୋକଙ୍କର ହିନ୍ଦୀ ସିନେମା ସହିତ କିଛି ବି ସଂଯୋଗ ନଥିଲା । ‘ରାଜା ହରିଶ୍ଚନ୍ଦ୍ର’ ଭାରତର ପ୍ରଥମ ଫୁଲ୍ ଲେନଥ୍ ଫିଚର ଫିଲ୍ମ ଭାବେ ରିଲିଜ ହୋଇଥିଲା । ତେବେ ଚାଲନ୍ତୁ ଆଜି ଜାଣିବା ଭାରତର ପ୍ରଥମ ହିନ୍ଦୀ ଚଳଚିତ୍ର ସମ୍ବନ୍ଧରେ କିଛି ରୋଚକ କଥା ।

-ରାଜା ହରିଶ୍ଚନ୍ଦ୍ର ଏକ ସାଇଲେଣ୍ଟ ଫିଲ୍ମ ଥିଲା । ଏହାର ସଂମ୍ପୂର୍ଣ୍ଣ କାହାଣୀ କେବଳ ଇସାରାରେ ବର୍ଣ୍ଣନା କରାଯାଇଥିଲା । ସେହି ସମୟରେ ଇଂରେଜଙ୍କ ଶାସନଧୀନ ଥିଲା ଭାରତ । ତେଣୁକରି ଦାଦା ସାହେବ ଫାଲକେ ଏହି ଚଳଚିତ୍ରର କାହାଣୀର ମୂଳଦୂଆ ବି ଇଂରେଜଙ୍କ ସହ ଲଢେଇ ହେଉଥିବାର ରଖିଥିଲେ । ସେହି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ମନରେ କେବଳ ଗୋଟିଏ ସ୍ୱପ୍ନ ଥିଲା ,ଦେଶକୁ ପରାଧିନତାର ଶିକୁଳିରୁ ମୁକୁଳାଇବା । ଫିଲ୍ମର କାହାଣୀ ରାଜା ହରିଶ୍ଚନ୍ଦ୍ରଙ୍କର ମହାନତାକୁ ଦର୍ଶାଇଥିଲା । କେମିତି ସେ ଜଣେ ଦାନବୀର ଥିଲେ ଓ ନିଜ ସରଳପଣ ପାଇଁ ନିଜର ସୁନାର ରାଜ୍ୟକୁ ଜଣେ ସାଧୁଙ୍କୁ ଅର୍ପଣ କରିଦେଇଥିଲେ । ଏହି ଚଳଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ମହାନପଣିଆକୁ ଭାରତୀୟ ଓ ସେହି ସାଧୁଙ୍କର କପଟତାକୁ ଇଂରେଜଙ୍କ ଚାଲ୍ ଭାବେ ଗ୍ରହଣ କରିଥିଲେ ଦର୍ଶକ ।

-ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ସମୟରେ ମାତ୍ର ୧୫ହଜାର ଟଙ୍କା ଥିଲା ଏହି ଫିଲ୍ମର ବଜେଟ୍ । ଆଉ ତାଠୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଏହି ଫିଲ୍ମରେ ଜଣେ ବି ମହିଳା ଅଭିନୟ କରିନଥିଲେ । ଏଥିରେ ମହିଳାଙ୍କ ଚରିତ୍ର ବି ପୁରୁଷ ମାନେ ପୋଷାକ ବଦଳାଇ କରିଥିଲେ । ଏହି ଚଳଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ଅଭିନୟରେ ଥିଲେ ଦତ୍ତାତ୍ରେୟ ଦାମୋଦର ଦାବକେ । ଦାଦା ସାହେବ ଫାଲକେଙ୍କ ପତ୍ନୀ କଳାକାର ଓ ଅନ୍ୟମାନଙ୍କପାଇଁ ରୋଷେଇ କରୁଥିଲେ । ତାଙ୍କର ଏହି ଫିଲ୍ମ ପାଇଁ ଫାଲକେଙ୍କ ପତ୍ନୀ ନିଜ ଗହଣା ବନ୍ଧାପକାଇ ପାଣ୍ଠି ଯୋଗାଡ କରିଥିଲେ ।

-ରାଜା ହରିଶ୍ଚନ୍ଦ୍ର ଫିଲ୍ମଟି ସାତ ମାସ ୨୧ ଦିନରେ ପୁରା ହୋଇଥିଲା । ଏହି ଫିଲ୍ମର ସେଟ୍ ମୁମ୍ବାଇର ଦାଦରରେ ଲଗାଯାଇଥିଲା । ସେଥିପାଇଁ ୩ ମେ କୁ ମୁମ୍ବାଇରେ ଏକ ଖାସ୍ ଦିନ ମାନା ଯାଏ ।ଲାଇଫ୍ ଅଫ୍ ଯିଶୁ ଫିଲ୍ମ ଦେଖିବା ପରେ ତାଙ୍କ ମନରେ ଫିଲ୍ମ ତିଆରି କରିବାକୁ ଖିଆଲ ଆସିଥିଲା । ତାଙ୍କର ଏହି ଫିଲ୍ମ ପାଇଁ ହିଲଉଡର ପ୍ରସିଦ୍ଦ ଫିଲ୍ମ କଂମ୍ପାନୀ ୱାର୍ଣ୍ଣର ବ୍ରଦର୍ସ ଫାଲକେଙ୍କ ସହ କାମ କରିବାକୁ ଇଚ୍ଚା ପ୍ରକାଶ କରିଥିଲା ।  ସେ ସମୟରେ ଗରମରେ ସିଝି ହେଇ ଗିରଗାଓଁରେ କୋରୋନେସନ ଥିଏଟର ସାମ୍ନାରେ ଲୋକେ ଟିକଟ ପାଇଁ ଲମ୍ବା ଲାଇନ ଦେଇଥିଲେ । ଏହି ଫିଲ୍ମଟି ପାଖାପାଖି ୫୦ମିନିଟ୍ ସମୟର ଥିଲା । ତାସହ ଏହି ଫିଲ୍ମର ପୋଷ୍ଟର ମରାଠୀ ଓ ଇଂରେଜୀରେ ମଧ୍ୟ ତିଆରି ହୋଇଥିଲା । ଭାରତୀୟଙ୍କ ପାଇଁ ଏହି ହିନ୍ଦି ସିନେମା ସବୁବେଳେ ସ୍ମରଣୀୟ ହୋଇ ରହିବ ।

Leave a Reply