ନୂଆ ଆଇନ ଲାଗୁ ପରେ କମିଶନରେଟ ପୋଲିସରେ ପ୍ରଥମ ମାମଲା ଦାଏର
1 min read
ଭୁବନେଶ୍ୱର : ସାରା ଦେଶରେ ନୂଆ ଆଇନ ଲାଗୁ ହେବା ପରେ କମିଶନରେଟ ପୋଲିସରେ ରୁଜୁ ହେଲା ପ୍ରଥମ ମାମଲା । କମିଶନରେଟ ପୋଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଥାନା ଅଧୀନରେ ରୁଜୁ ହେଲା ପ୍ରଥମ ମାମଲା । ହତ୍ୟା ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ମାମଲା । ପୂର୍ବରୁ ଏ ନେଇ IPC 307ରେ ରୁଜୁ ହେଉଥିଲା ମାମଲା ।
ଏବେ ଭାରତୀୟ ନ୍ୟାୟ ସଂହିତା ଦଫା 126 (2), 115 (2), 109, 118 (1)ରେ ପ୍ରଥମ ମାମଲା ରୁଜୁ କରାଯାଇଛି । ଦ୍ୱିତୀୟ ମାମଲା ଖଣ୍ଡଗିରିରେ ମଧ୍ୟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ନୂଆ ଆଇନ ଲାଗୁ ହେବା ପରେ ତଦନ୍ତ ତ୍ୱରାନ୍ୱିତ ହୋଇପାରିବ । ପୂର୍ବ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପ୍ରତୀକ ସିଂ ।