ଆଜି ଆସିବ ମାଟ୍ରିକ ରେଜଲ୍ଟ, ସକାଳ ୧୦ଟାରେ ଘୋଷଣା କରିବେ ଗଣଶିକ୍ଷା ମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ଆସିବ ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ, ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ ।  ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ କରିବେ ଗଣଶିକ୍ଷା ମନ୍ତ୍ରୀ । ଦିନ ୧୨ଟାରୁ ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ ।

ସେହିରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ । ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି  । ଯେଉଁ ୩ ହଜାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ତ୍ରୁଟି ଥିଲା ସେମାନଙ୍କୁ ନିୟମ ଅନୁସାରେ ମାର୍କ ଦିଆଯାଇଛି । ନିର୍ଭୁଲ ମୂଲ୍ୟାୟନ ଉପରେ ଫୋକସ କରାଯାଇଛି । ଫଳ ପ୍ରକାଶ ପରେ କୌଣସି ଦ୍ବନ୍ଦ୍ବ ରହିଲେ ବୋର୍ଡ କଣ୍ଟ୍ରୋଲ ରୁମ ନମ୍ବର 0671-2415460ରେ  ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ।

ପରୀକ୍ଷା ସହିତ ଶୃଙ୍ଖଳିତ ଢଙ୍ଗରେ ମୂଲ୍ୟାୟନ ହୋଇଥିବାରୁ ଫଳାଫଳ ଭଲ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଗତ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । ଏପ୍ରିଲ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୫୫ଟି କେନ୍ଦ୍ରରେ କରାଯାଇଥିଲା ।