କିଏ ଏହି ଯୁବକ ? ଯାହାଙ୍କୁ KGF-2ର ସଫଳତାର ଶ୍ରେୟ ଦେଇଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନିଲ

1 min read

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି କେଜିଏଫ ଚାପ୍ଟର ୨ । ଫିଲ୍ମଟି ପ୍ରଥମ ଦିନରେ ହିଁ ୧୩୪ କୋଟି ରୋଜଗାର କରିସାରିଛି । ତେବେ ଆପଣ ଏହି ଫିଲ୍ମର ନିର୍ଦ୍ଦେଶକ, ଷ୍ଟାର କାଷ୍ଟମାନଙ୍କୁ ତ ଖୁବ ଭଲଭାବରେ ଜାଣିଛନ୍ତି କିନ୍ତୁ ଏହି ଫିଲ୍ମର କିଛି ଏମିତି ଚରିତ୍ର ଅଛନ୍ତି ଯାହାଙ୍କ ବିଷୟରେ ଖୁବ କମ ଲୋକ ଜାଣନ୍ତି । ଏମାନଙ୍କ ମଧ୍ୟରୁ ୧୯ ବର୍ଷିୟ ଉଜ୍ୱଳ ଜଣେ । ଯାହାଙ୍କ ପାଇଁ ଫିଲ୍ମଟିକୁ ସିନେମା ହଲରେ ଦେଖି ଖୁବ ଉପଭୋଗ କରୁଛନ୍ତି ଦର୍ଶକ । ଆଉ ଏହି ସିନେମାର ସଫଳତା ପଛରେ ରହିଛନ୍ତି ଜଣେ ୧୯ ବର୍ଷିୟ ଯୁବକ । ଯିଏ କି ନିଜ କାମ ମାଧ୍ୟମରେ ସିନେମାର ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ହୃଦୟ ଜିଣି ପାରିଛନ୍ତି ।

ତେବେ ଏହି ଫିଲ୍ମ ପାଇଁ ପ୍ରଶାନ୍ତ ସୁନ୍ଦର କଳାକାରମାନଙ୍କୁ ନେଇଛନ୍ତି ଯାହାଙ୍କ ଅଭିନୟରେ ମତୁଆଲା ହୋଇଛନ୍ତି ଦର୍ଶକ । ସେମାନଙ୍କ ମଧ୍ୟରେ ଅନେକ ବରିଷ୍ଠ କଳାକାର ମଧ୍ୟ ରହିଛନ୍ତି । କିନ୍ତୁ ସମସ୍ତ ରଥୀମହାରଥିଙ୍କ ବ୍ୟତୀତ ଆଉ ଜଣେ ୧୯ ବର୍ଷିୟ ନବାଗତା ମଧ୍ୟ ଅଛନ୍ତି ଯାହାଙ୍କୁ ଫିଲ୍ମ ସପଳତା ସବୁ ଶ୍ରେୟ ଦେଇଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନିଲ । ଏହି ଯୁବକ ଜଣଙ୍କ ହେଉଛନ୍ତି ସିନେମାର ଏଡିଟର ଉଜ୍ୱଲ କୁଲକର୍ଣ୍ଣି ।

୧୯ ବର୍ଷିୟ ଏହି ଓଜ୍ୱଲ କୁଲକର୍ଣ୍ଣି ଜଣେ ଏଡିଟର । ସେ ଏହାପୂର୍ବରୁ କିଛି ସର୍ଟ ଫିଲ୍ମର ଏଡିଟିଂ କରିଛନ୍ତି । ଏହିସବୁ ସିନେମା ଦେଖିବା ପରେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ତାଙ୍କୁ ଏହି ବଡ ବଜେଟ ସିନେମାରେ କାମ କରିବାର ସୁଯୋଗ ଦେଇଥିଲେ । ଓଜ୍ୱଲ ପ୍ରଥମେ ଏହି ସିନେମାର ଟ୍ରେଲର ଏଡିଟିଂ କରି ପ୍ରଶାନ୍ତ ନିଲଙ୍କୁ ଦେଖାଇଥିଲେ । ତାଙ୍କର ଏହି ଟ୍ରେଲ ଏଡିଟିଂକୁ ଖୁବ ପସନ୍ଦ କରିଥିଲେ ପ୍ରଶାନ୍ତ । ଆଉ ଏହାପରେ ନିଲ ତାଙ୍କୁ ପୂରା ସିନେମାର ଏଡିଟିଂ ଦାୟିତ୍ୱ ଦେଇଥିଲେ ।

ତେବେ ଏହା ଭାରତୀୟ ସିନେମା ଜଗତରେ ପ୍ରଥମ ଯେଉଁଠି, କୌଣସି ବଡ ବଜେଟ ସିନେମାର ଏଡିଟିଂ ଜଣେ ଯୁବ ସର୍ଟଫିଲ୍ମ ଏଡିଟର ହାତରେ ଦିଆଯାଇଛି ।  ‘କେଜିଏଫ-୨’ ସିନେମାର ଏଡିଟିଂ କରି ଓଜ୍ୱଲ ସମସ୍ତ ବଡ଼ ବଡ଼ ଏଡିଟରମାନଙ୍କୁ କଡା ଟକ୍କର ଦେଇଛନ୍ତି । ତେବେ ଫିଲ୍ମରେ ତାଙ୍କର ସୁନ୍ଦର ଏଡିଟିଂ ପାଇଁ ସେ ଖୁବ୍ କମ ବୟସରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ।