ଭୁବନେଶ୍ୱରରୁ ପୁଣି ୧୯୮ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୧୩୨
1 min readଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୧୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜଧାନୀରେ ୫ ହଜାର ୪୮୭ ଜଣ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୋଇଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୮୭ ଜଣ ଏବେ କାରୋନା ସକ୍ରିୟ ରହିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 17th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/vzvcVF1grs— BMC (@bmcbbsr) August 17, 2020
ତେବେ କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା । ପ୍ରତି ଦିନ କ୍ରମାଗତ ଭାବେ ଅଧିକ ପରିମାଣରେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜଧାନୀରୁ ୧୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ସୁସ୍ଥ ସଂଖ୍ୟା ହେଉଛି ୩ ହଜାର ୫୬୭ ରେ ପହଞ୍ଚିଛି ।