IPL ଫାଇନାଲ: କେକେଆର ଆଗରେ ୧୯୩ ରନର ଟାର୍ଗେଟ

ଦୁବାଇ: କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୯୩ ରନର ଟାର୍ଗେଟ୍ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ତିନି ୱିକେଟ୍ ହରାଇ ୧୯୨ ରନ୍ କରିଛି ।

ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇର ଦୁଇ ଓପନର୍ ରିତୁରାଜ ଗାୟକୱାଡ ଏବଂ ଡୁ ପ୍ଲେସିଙ୍କ ବ୍ୟାଟରୁ ଦ୍ରୁତ୍ ରନ୍ ବାହାରିଥିଲା। ଉଭୟ ୬୧ ରନର ପାର୍ଟନରସିପ କରିଥିଲେ । ୯ମ ଓଭରରେ ସୁନିଲ ନାୟର କେକେଆରକୁ ଦେଇଥିଲେ ପ୍ରଥମ ସଫଳତା ।  ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୭ ବଲରୁ ୩୨ ରନ୍ କରିଥିବା ରିତୁରାଜଙ୍କୁ  ଶିଭମଙ୍କ ଜରିଆରେ କ୍ୟାଚ୍ କରାଇ ନାୟର ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିବା ରବୀନ ଉତ୍ଥାପାଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା ।  ମାତ୍ର ୧୫ ବଲ୍ ଖେଳି ଉତ୍ଥାପା ୩ଟି ଛକା ସହାୟତାରେ ୩୧ ରନ୍ କରି ନାୟରଙ୍କ ଦ୍ୱିତୀୟ ଶିକାର ବନିଥିଲେ । ୧୪ତମ ଓଭରର ତୃତୀୟ ବଲରେ ଏଲବିଡବ୍ଲ୍ୟୁ ହୋଇ ଉତ୍ଥାପା କ୍ରିଜ୍ ଛାଡ଼ିଥିଲେ ।

ଅନ୍ୟପକ୍ଷରେ ଡୁ ପ୍ଲେସିଙ୍କୁ ଅଟକାଇବାକୁ କେକେଆରର କୌଣସି ବୋଲର୍ ସଫଳ ହୋଇନଥିଲେ। ୭ ଚୌକା ୩ ଛକା ସହାୟତାରେ ୫୯ ବଲର ସମ୍ମୁଖୀନ ହୋଇ ଡୁ ପ୍ଲେସି ୮୬ ରନ୍ କରିଥିଲେ । ମ୍ୟାଚର ଶେଷ ବଲରେ ଶିଭମ ମାହିଙ୍କ ବଲରେ ଭେଙ୍କେଟସ ହାତରେ ଧରା ପଡ଼ିଥିଲେ ଡୁ ପ୍ଲେସି । ମୋଇନ ଅଲି ୨ ଚୌକା, ୩ ଛକା ସହାୟତାରେ ୩୭ ରନ୍ କରି ଅପରାଜିତ ରହିଥିଲେ ।

ଆଜିର ଏହି ହାଇ ପ୍ରୋଫାଇଲର ଫାଇନାଲରେ ଟସରେ ବାଜି ମାରିଥିଲା କେକେଆର । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଇ ମୋର୍ଗାନ । ହେଲେ ଧୋନୀ ବାହିନୀ କେକେଆରର ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ ।

Leave a Reply