ବାହାହେବାକୁ ମନାକରିବାରୁ ଫିଙ୍ଗିଦେଲା ‘ଗଙ୍ଗାଜଳ’

1 min read

ପ୍ରଥମେ ପ୍ରେମ ଆଉ ତା ପରେ ବିରହ । ସବୁ କାହାଣୀ ଭଳି ଏ କାହାଣୀର ବି ଅନ୍ତ ଥିଲା ପ୍ରେମ ବିଚ୍ଛେଦ। କିନ୍ତୁ ମାନିନଥିଲା ପ୍ରେମିକା । ବାହାହେବାକୁ ଜିଦ୍ ଧରି ବସିଲା । ବୟଫ୍ରେଣ୍ଡ ରାଜି ନହେବାରୁ ଏଭଳି ଏକ ନିଷ୍ପତ୍ତି ନେଲା ଯାହା ଆଜି ତାଙ୍କୁ ଜେଲ୍ ପଠାଇବା ସହ ବୟଫ୍ରେଣ୍ଡକୁ ଅନ୍ଧ କରିଦେଇଛି । ଘଟଣାଟି ଉତ୍ତର ପ୍ରଦେଶ ଆଲିଗଡ଼ର ଜୀବନଗଡ଼ରେ ଘଟିଛି । କାଓ୍ୱାର୍ସି ଥାନା ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଝିଅ ତା’ଙ୍କ ପୁରୁଷ ବନ୍ଧୁ ଉପରକୁ ଏସିଡ୍ ପକାଇ ଗିରଫ ହୋଇଛନ୍ତି । ପୀଡିତର ମା’ଙ୍କ କହିବା ଅନୁସାରେ ତାଙ୍କ ପୁଅ ଓ ସେ ଝିଅ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ । ମାତ୍ର ଝିଅ ବାହା ହେବାକୁ ଜିଦ୍ କରିବାରୁ ପୁଅଟି ଗତ ମାସେ ହେବ ତା ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲା । ଝିଅଟି ପ୍ରତିଦିନ ଫୋନ୍ କରିବା ସହ ବାହାହେବାକୁ ଜିଦ୍ ଧରି ବସିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଝିଅଟି, ପୁଅ ଘର ପାଖ ଦୋକାନରେ ଠିଆ ହୋଇଥିବା ବେଳେ ଏସିଡ୍ ଫୋପାଡ଼ି ଦେଇଥିଲା । ଏଥିରେ ବୟଫ୍ରେଣ୍ଡର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଚିକିତ୍ସା ଚାଲିଥିବା ଜବାହରଲାଲ ମେଡିକାଲ୍ କଲେଜର ଡାକ୍ତର କହିଛନ୍ତି । ସେପଟେ ଝିଅଟିର କହିବା କଥା, ବାହା ନହେଲେ ଉଭୟଙ୍କର ଅନ୍ତରଙ୍ଗ ଫଟୋକୁ ଭାଇରାଲ୍ କରାଇଦେବାର ଧମକ ଦେଇଥିଲା ବୟଫ୍ରେଣ୍ଡ । ତେବେ ଏ ଘଟଣାରେ ପୋଲିସ ଝିଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ')}

Leave a Reply