୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ଉପରେ ଘନେଇଲାଣି ବିପଦ । ଦେଶର ବିଭିନ୍ନ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା । ଗତ ୧୫ ଦିନ ମଧ୍ୟରେ  ଦେଶରେ ପ୍ରାୟ ୧୯ହଜାର ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଏପ୍ରିଲ ପରଠାରୁ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଉତ୍ତରାଖଣ୍ଡ, ଦିଲ୍ଲୀ ଓ କର୍ଣ୍ଣାଟକରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ଗତ ୧୦ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ଏକ ହଜାରରୁ ଉର୍ଦ୍ଧ୍ବ ଶିଶୁ କରୋନା ପଜିଟିଭ୍ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୯ବର୍ଷରୁ କମ୍ ହୋଇଥିବା ବେଳେ କେତେଜଣ ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ଏପ୍ରିଲ ଦ୍ବିତୀୟ ସପ୍ତାହ ପରଠାରୁ ଉତ୍ତରାଖଣ୍ଡରେ ଶିଶୁ ସଂକ୍ରମଣ ବୃଦ୍ଧି ପାଇଛି । ଏପ୍ରିଲ ୧ରୁ ୧୬ ମଧ୍ୟରେ ୨୬୪ ଶିଶୁ ପଜିଟିଭ୍ ହୋଇଥିବା ବେଳେ ଏପ୍ରିଲ ୧୬ରୁ ୩୦ ମଧ୍ୟରେ ୧୦୫୩ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ମେ ୧ରୁ ୧୫ ମଧ୍ୟରେ ୧୬୧୮ ଶିଶୁଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଇଛି । ସେପଟେ ଦିଲ୍ଲୀରେ ୫ବର୍ଷରୁ କମ୍ ୨ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବି ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ିଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

Leave a Reply