spot_img

Latest Posts

ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କ ସମେତ ୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ  ୪ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୨୦ ଜଣ ପାଇବେ ଆଓ୍ୱାର୍ଡ । ପୋଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂ ମୀନା, ବ୍ରହ୍ମପୁର ଏସପି ପିନାକ ମିଶ୍ର ପାଇବେ ପଦକ । ଏ ନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟମାନେ ହେଲେ ସମ୍ୱଲପୁର ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି,  ଓଏପିଏସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାଧବାନନ୍ଦ ପ୍ରଧାନ, ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଏ.ଶ୍ରୀନିବାସ ଦୋରା, ସିଆଇଡି ଇନ୍ସପେକ୍ଟର ରତ୍ନାପ୍ରଭା ଶତପଥୀ,  ବ୍ରହ୍ମପୁର ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍‌ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ,  କୋରାପୁଟ ସବ୍‌ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ଡେପୁଟୀ ସୁବେଦାର ଓଏସ୍‌ଏପି ସେକେଣ୍ଡ ବାଟାଲିୟନ୍ , କୋରାପୁଟ ପୋଲିସ ଏଏସ୍‌ଆଇ ସୀମାଞ୍ଚଳ ବେହେରା,  ଭିଜିଲାନ୍ସ ଏଏସ୍‌ଆଇ ପ୍ରଣବ କୁମାର ନାୟକ, ଟିଟିଆଇ ଭୁବନେଶ୍ୱର ହାବିଲଦାର ଅଶୋକ କୁମାର ସାମନ୍ତରାୟ,  କନେଷ୍ଟବଳ କିରଣ ଚନ୍ଦ୍ର ପାତ୍ର, କନେଷ୍ଟବଳ ଗୌତମ ପାତ୍ର, ଅନୁଗୁଳ କନେଷ୍ଟବଳ ସୁକେଶ ପ୍ରଧାନ, ଗୁଇନ୍ଦା କନେଷ୍ଟବଳ ସୁଶାନ୍ତ କୁମାର ରାଉତରାୟ, ଭିଜିଲାନ୍ସ କନେଷ୍ଟବଳ ରଶ୍ମୀରେଖା ପଣ୍ଡା ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇବେ ।

Latest Posts

Don't Miss