ଭୁବନେଶ୍ୱରରେ ପୁଣି ୧୯ କରୋନା ସଂକ୍ରମିତ, ଜାଣନ୍ତୁ କେଉଁଠୁ କେତେ..?

Corona Update: 19 More Corona Positive Found In Bhubaneswar

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ସତ୍ତ୍ୱେ ନିୟନ୍ତ୍ରଣ ବାହାରେ କରୋନା । ରବିବାର ପୁଣି ଭୁବନେଶ୍‌ରରୁ ୧୯ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି ।

କ୍ୱାରେଣ୍ଟାଇନ ସେଣ୍ଟରରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮ଟି ମାମଲା ଚିହ୍ନଟ କରାଯାଇଛି । ଏହାସହ ୨ଜଣ କୋଭିଡ୍‌ ଯୋଦ୍ଧା ବି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । କରୋନା ଆକ୍ରାନ୍ତ ଦୁଇ କୋଭିଡ୍ ଯୋଦ୍ଧା ହେଉଛନ୍ତି କଳ୍ପନା ଅଞ୍ଚଳର ।

BBSR Corona

ସେହିଭଳି କ୍ୱାରେଣ୍ଟାଇନରେ ଥିବା ୯ଜଣଙ୍କ ମଧ୍ୟରୁ ୨ଜଣ ନୂଆଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି । ଘରୋଇ ମେଡିକାଲର ୪ କର୍ମଚାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ସରକାରୀ ମେଡିକାଲର କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପାହାଳରେ ରହୁଥିବା ପଞ୍ଜାବ ଫେରନ୍ତା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ବରଗଡ଼, ଭରତପୁର, ଘାଟିକିଆ, ଝାରପଡ଼ା ଓ ସୁନ୍ଦରପଦାରୁ ସ୍ଥାନୀୟ ସଂକ୍ରମଣରେ ୮ଜଣ ଆକ୍ରାନ୍ତ ହୋଇଛନ୍ତି ।ଅନ୍ୟପଟେ ରବିବାର ରାଜଧାନୀରେ ୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି ।

Leave a Reply