ମୁମ୍ୱାଇ ବର୍ଷା ବିତ୍ପାତ ଜନିତ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲା: ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
1 min readମୁମ୍ୱାଇ ବର୍ଷା ବିତ୍ପାତରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିଛି । ଫଳରେ ଘର ଭାଙ୍ଗି ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୁମ୍ୱାଇର ଚେମ୍ୱୁରରେ ଘଟିଛି ଏହି ଅଘଟଣ । ତେବେ ମୃତକଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି । ତେବେ ମହାରାଷ୍ଟ୍ରର ଅନ୍ୟ ଏକ ସ୍ଥାନରେ ମଧ୍ୟ ବର୍ଷା ଜନିତ ଅଘଟଣ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଯାବତ୍ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।
Rs 2 lakh each from PMNRF would be given to the next of kin of those who lost their lives due to wall collapses in Mumbai. Rs 50,000 would be given to those injured: PMO
19 people have lost their lives in two incidents of wall & building collapse in Mumbai, Maharashtra
— ANI (@ANI) July 18, 2021
ଆର୍ଥିକ ରାଜଧାନୀ ମୁମ୍ବାଇରେ ଅତି ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଲଗାଣ ବର୍ଷା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଚେମ୍ବୁର ଓ ବିଖରୋଲି ଅଞ୍ଚଳରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥବା ବେଳେ NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।
ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ପାହାଡ଼ ଧସିଯିବା ଫଳରେ ଏହାର ଆଖପାଖ ଅଞ୍ଚଳରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏବେ ବି ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ୨ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହାସହ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା ହୋଇଛି । ସେପଟେ ମୁମ୍ବାଇର ଅନ୍ୟ ଅଞ୍ଚଳ ବି ବର୍ଷା ଯୋଗୁ ଜଳମଗ୍ନ ହୋଇଛି । ସଡ଼କ, ବଜାର, ରେଳ ଷ୍ଟେସନ ବର୍ଷା ପାଣିରେ ବୁଡ଼ି ରହିଛି । ହନୁମାନ ନଗରରେ ବି ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପସିଯାଇଛି । ରେଳ ଟ୍ରାକରେ ପାଣି ଯୋଗୁ ବିଭିନ୍ନ ସ୍ଥାନରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ