ରାଜ୍ୟରେ ୧୮୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ: ୩୪୬୧ ନିଯୁକ୍ତି ସୃଷ୍ଟି ହେବ

1 min read

ଭୁବନେଶ୍ୱର: ରାଜ୍ୟରେ ୧୮୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ । ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ବୈଠକରେ ୧୮୭୨ କୋଟି ଟଙ୍କାର ପ୍ରାୟ ୮ଟି  ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩ ହଜାର ୪୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ଇସ୍ପାତ ପ୍ରକଳ୍ପ, ପେଟ୍ରୋଲିୟମ ସାମଗ୍ରୀ ପ୍ରକଳ୍ପରେ ପୁଞ୍ଜି ନିବେଶ ନେଇ ଅନୁମତି ଦିଆଯାଇଛି ।

ପଞ୍ଜି ନିବେଶ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ କଳିଙ୍ଗ ନଗରରେ ଫେରୋ ଆଲୟଜ ପ୍ଲାଣ୍ଟ ପ୍ରତିଷ୍ଠ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ।ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୨୮.୭୫କୋଟି ନିବେଶ ହେବ ହେବାକୁ ଥିବା ବେଳେ ୩୩୦ନିଯୁକ୍ତି ସୁଯୋଗ ପାଇବେ । ଅନ୍ୟ ପକ୍ଷରେ କୋଲ ଆଣ୍ଡ ପେଟ୍ରୋଲିୟମ ପ୍ରଡକ୍ଟ ପ୍ଲାଣ୍ଟର ହେବ ସମ୍ପ୍ରସାରଣ । ନିବେଶ ହେବ ୪୭୦କୋଟି , ୨୭୦ନିଯୁକ୍ତି ସୃଷ୍ଟି ହେବ । ଏଥିସହିତ କଳିଙ୍ଗ ନଗରରେ ହେବ ଆଇରନ ଓର୍ ପାଇପ୍ କନଭେଇଙ୍ଗ୍ ସିଷ୍ଟମ । ଏଥି ପାଇଁ ନିବେଶ ହେବ ୧୦୪.୪୮କୋଟି, ୨୩୮ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବରଗଡ଼ରେ ୨୫୦କୋଟିରେ ହେବ ଇଥାନଲ ପ୍ଲାଣ୍ଟ, ୨୦୨ଜଣଙ୍କୁ ଚାକିରି  ମିଳିବ । ସୋନପୁରରେ ୨୨୮.୫୫କୋଟିରେ ହେବ କୋ-ଜେନେରେସନ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ହେଲେ ୩୩୭ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । କଳାହାଣ୍ଡିରେ ମଧ୍ୟ ୨୧୯କୋଟି ବ୍ୟୟରେ ହେବ ଇଥାନଲ ପ୍ଲାଣ୍ଟ । ଝାରସୁଗୁଡ଼ାରେ ଡିଷ୍ଟିଲେରି  ଓ ମୟୂରଭଞ୍ଜରେ ହେବ ହାଚେରୀ ୟୁନିଟ୍  ।

ଏଥିସହିତ ପଢ଼ନ୍ତୁ: ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଋଣ: ବ୍ୟାଙ୍କ ନୋଟିସ ପାଇ ଚିନ୍ତାରେ ଚାଷୀ

Leave a Reply