ପାକିସ୍ତାନକୁ ବଡ଼ ଝଟ୍‌କା, ୧୮୩ ଜଣଙ୍କ ଭିସା ରଦ୍ଦ କଲା ଫ୍ରାନ୍ସ

ଫ୍ରାନ୍ସ: ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ପାକିସ୍ତାନକୁ ଝଟକା । ଫ୍ରାନ୍ସ ସରକାର ପାକିସ୍ତାନର ୧୮୩ ଜଣଙ୍କ ଭିସାକୁ ରଦ୍ଦ କରିବା ସହ ଦେଶ ଛାଡି ଯିବାକୁ କହିଛନ୍ତି । ଭିସା ରଦ୍ଦ ହୋଇଥିବା ଲୋକଙ୍କ ଭିତରେ ପୂର୍ବତନ ଆଇଏସଆଇ ପ୍ରମୁଖ ଶୁଜା ପାଶାଙ୍କ ଭଉଣୀ ମଧ୍ୟ ଥିବା ଜଣାପଡିଛି ।

Emmanuel Macron

ଏବେ ପାକିସ୍ତାନ ରାଷ୍ଟ୍ରଦୁତ ଏନେଇ ଫ୍ରାନ୍ସ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ଭିସାକୁ ରଦ୍ଦ ନକରି ଫ୍ରାନ୍ସରେ ରହିବାକୁ ଅନୁମତି ଦିଆଯାଉ । ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନକୁ ନେଇ ବିବାଦ ଜାରି ରହିଥିବା ବେଳେ ସେଠାରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଛି । ଏଥିସହ ମୁସଲିମ ସମ୍ପ୍ରଦାୟକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟକୁ କଡା ନିନ୍ଦା କରାଯାଇଛି । ନିନ୍ଦା କରିଥିବା ଦେଶ ଭିତରେ ପାକିସ୍ତାନ ଥିବା ବେଳେ ଫ୍ରାନ୍ସ ସରକାର ଏବେ ପାକିସ୍ତାନ ନାଗରିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଫ୍ରାନ୍ସକୁ ଏହି ଘଟଣାରେ ନିନ୍ଦା କରିଛନ୍ତି ।‌

Knife-attack-france

୧୮୩ ଜଣ ପାକିସ୍ତାନୀ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନେଇଛି ଫ୍ରାନ୍ସ । ସୂଚନା ଅନୁଯାୟୀ, ଶୁଜା ପାଶାଙ୍କ ଭଉଣୀଙ୍କୁ ପ୍ୟାରିସରେ ରହିବାକୁ ଅନୁମତି ଦେବା ପାଇଁ ଫ୍ରାନ୍ସରେ ଥିବା ପାକିସ୍ତାନୀ କନସୁଲେଟ୍ ଏକ ଆବେଦନ କରିଛି, କାରଣ ସେଠାରେ ସେ ତାଙ୍କ ଶାଶୁଙ୍କ ସେବା କରୁଛନ୍ତି ।

Knife-attack-france

Leave a Reply