ଘର ଲୋକ ବଏଫ୍ରେଣ୍ଡକୁ ନେଇଯିବାରୁ ଆତ୍ମହତ୍ୟା କଲେ ଛାତ୍ରୀ

କୋୟମ୍ବାଟୁର: ତାମିଲନାଡୁର କୋୟମ୍ବାଟୁରରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି ।   ସୂଚନା ଅନୁସାରେ ନିଟ୍‌ କୋଚିଂ ସେଣ୍ଟରରେ ଉକ୍ତ ଛାତ୍ରୀ ଜଣକ ପାଠ ପଢ଼ୁଥିଲେ ଏବଂ ସେଠାରେ ହଷ୍ଟେଲରେ ମଧ୍ୟ ରହୁଥିଲେ ।  କିନ୍ତୁ ଶନିବାର ଉକ୍ତ ଛାତ୍ରୀଙ୍କ  ଝୁଲନ୍ତା ମୃତଦେହ ଫ୍ୟାନରୁ  ଉଦ୍ଧାର କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଯେ, ଛାତ୍ରୀଙ୍କ ପୁରଷ ବନ୍ଧୁ ସେହି ସମାନ କୋଚିଂ ସେଣ୍ଟରରେ ପଢ଼ୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ସେମାନଙ୍କ ପରିବାର ଲୋକ ରାଜି ନଥିଲେ ।

ପୋଲିସର କହିବା ଅନୁସାରେ ଉକ୍ତ ଯୁବକଙ୍କ ପରିବାର ତାଙ୍କୁ  ମଦୁରାଇ ସ୍ଥିତ ନିଜ ଘରକୁ ଫେରିଯିବାକୁ ବାରମ୍ବାର ଚାପ ପକାଉଥିଲେ । ଯେଉଁଥିପାଇଁ ଛାତ୍ରୀ ଜଣକ ଖୁବ୍‌ ଚିନ୍ତାରେ ଥିଲେ । ମାନସିକ ଚାପଗ୍ରସ୍ତ ହୋଇ  ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଅନ୍ୟପଟେ ଏହି ସମାନ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡ଼ାରେ । ୧୬ ବର୍ଷୀୟ ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।  ତେବେ ଦଶମ ଶ୍ରେଣୀର ଉକ୍ତ ଛାତ୍ରୀ ପରୀକ୍ଷାରେ ବିଫଳ ହୋଇ ଏଭଳି କରିଥିବା କୁହାଯାଉଛି ।

କେବଳ ସେତିକି ନୁହେଁ ନିକଟରେ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଜଣେ ଯୁବକଙ୍କ ବାରମ୍ବାର ଫୋନ କଲ ମାଧ୍ୟମରେ ବ୍ଲାକମେଲ ହେତୁ ଜଣେ ଛାତ୍ରୀ ଆତ୍ମହତ୍ୟା କରି ଦେଇଥିଲେ । ଛାତ୍ରୀ ଜଣକ ପାଣିଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।