spot_img

Latest Posts

ମହାନଦୀରେ କୁମ୍ଭୀର ଆତଙ୍କ: ଯୋବ୍ରା ବ୍ରିଜ ନିକଟରେ ପାଖାପାଖି ୧୮ ଫୁଟର କୁମ୍ଭୀର ଦେଖି ଲୋକେ ଆତଙ୍କିତ

ମହାନଦୀରେ କୁମ୍ଭୀର ଆତଙ୍କ । କଟକ ଯୋବ୍ରା ବ୍ରିଜ ନିକଟ ମହାନଦୀରେ ବିରାଟ କୁମ୍ଭୀର ଦେଖି ଆତଙ୍କିତ ଲୋକେ । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଛି । ପ୍ରାୟ ୧୮ ଫୁଟ୍ ର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି କଟକ ଯୋବ୍ରା ଆନିକଟରେ । କୁମ୍ଭୀରଟି ପାଣି ଉପରକୁ ଆସି ବିଶ୍ରାମ କରୁଥିବା ଲୋକେ ଦେଖିଥିଲେ । କଟକର ଚାରିପାଖରେ ଏକାଧିକ ନଦୀ ରହିଥିବା ବେଳେ ବିଭିନ୍ନ ସେତୁରେ ଅନେକ ସମୟରେ କୁମ୍ଭୀର ଦେଖିବାକୁ ମିଳିଥାଏ । ମତ୍ସ୍ୟଜୀବୀମାନେ ମାଛ ମାରି ସେମାନଙ୍କର ଜୀବିକା ନିର୍ବାହ କରୁଥିବା ବେଳେ କୁମ୍ଭୀରକୁ ଦେଖିବା ପରେ ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି  । ଯୋବ୍ରା ଆନିକଟର ଗେଟ ଠାରୁ ପାଖାପାଖି ୧୦୦ ଦୂରତାରେ ବାଲି ଟାପୁ ଉପରେ କୁମ୍ଭୀରଟି ପଡ଼ି ରହିଛି ।

Latest Posts

Don't Miss