ଲତା ମଙ୍ଗେସ୍କରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେବାକୁ ଏକା ସାଙ୍ଗରେ ପହଞ୍ଚିଲେ ୧୮ ନାମି ଦାମି ଗାୟକ
ନୂଆଦିଲ୍ଲୀ: ‘ଭଏସ୍ ଅଫ୍ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ମଙ୍ଗେସ୍କର ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ଜୀବିତ । ତାଙ୍କ ଗୀତ ଯୁଗ ଯୁଗ ଧରି ଲୋକଙ୍କ ମନୋରଞ୍ଜନ କରୁଥିବ । ସେ ନାହାଁନ୍ତି ସତ କିନ୍ତୁ ଜୀବିତ ଅଛି ତାଙ୍କ କଣ୍ଡସ୍ୱର, ତାଙ୍କ ଗୀତର ଯାଦୁ, ମୂର୍ଚ୍ଚନା ଆଉ ହସ ହସ ଚେହେରାର ପ୍ରତିଛବି । ଯାହା ଚିର ଅମର । ତାଙ୍କୁ ଭାରତର ନାଇଟଆଙ୍ଗେଲ ବୋଲି ମଧ୍ୟ କୁହାଯାଏ । ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଜଣେ ନୁହେଁ କି ଦୁଇ ଜଣ ନୁହେଁ ବରଂ ୧୮ ଜଣ ପ୍ରସିଦ୍ଧ, ଲୋକପ୍ରିୟ ଓ ଜଣାଶୁଣା ଗାୟକ ଏକା ସାଙ୍ଗରେ ପହଞ୍ଚିଥିଲେ ।

ସମସ୍ତ ଗାୟକ ଷ୍ଟାରପ୍ଲସର ଏକ୍ସକ୍ଲୁସିଭ୍ ସିରିଜ ‘ନାମ୍ ରହ ଜାଏଗା’ ମାଧ୍ୟମରେ ଏକତ୍ରିତ ହୋଇଥିଲେ । ଲତାଙ୍କୁ ସମ୍ମାନିତ କରିବାକୁ ଏମାନେ ଏକାଠି ହୋଇଥିଲେ । ଏହି ଭବ୍ୟ ଶ୍ରଦ୍ଧାଞ୍ଜଳିରେ ସୋନୁ ନିଗମ, ଅରିଜିତ ସିଂ, ଶଙ୍କର ମହାଦେବନ୍, ନିତିନ୍ ମୁକେଶ, ନିତି ମୋହନ, ଅଲକା ୟଗନିକ, ସାଧନା ସରଗମ୍, ପ୍ୟାରେଲାଲ ଜୀ, ଉଦିତ ନାରାୟଣ, ଶନ୍, କୁମାର ସାନୁ, ଅମିତ କୁମାର, ଜନିତ ପଣ୍ଡିତ, ଜାଭେଦ ଅଲି, ଏଶ୍ୱର୍ଯତୟା ମଜୁମଦାର, ସ୍ନେହ ପନ୍ତ, ପଲକ ମୁଚ୍ଛଳ ଏବଂ ଅନ୍ୱେଷା ଏକା ସାଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବେ ।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଲତାଙ୍କ ପରିବାର ଉପସ୍ଥିତ ରହିବେ । ତେବେ ଏହି ୮ଟି ଏପିସୋଡ୍ ଥିବା ସିରିଜ୍ ୧ ମେ ୨୦୨୨ରେ ଷ୍ଟାରପ୍ଲସରେ ଆରମ୍ଭ ହେବ ।