ଆଜିର ରାଶିଫଳ (୧୭/୧୧/୨୦୧୯)

1 min read

ଆଜି ୨୦୧୯ ମସିହା ନଭେମ୍ବର ୧୭ ତାରିଖ, ରବିବାର, ସୌରମାସ ଦି ୧ ନ, ପଞ୍ଚମୀ ତିଥି, ମିଥୁନ ଚନ୍ଦ୍ର, ପୂନର୍ବସୁ ନକ୍ଷତ୍ର ଶୁଭଯୋଗ, ତୈତିଳ କରଣ ।

ଘାତବାର- ମେଷ ରାଶିର, ଘାତଚନ୍ଦ୍ର- କନ୍ୟା ରାଶିର

ରାହୁକାଳ-ଦିବା ୩/୪୦ ମିନିଟରୁ ସଂଧ୍ୟା ଘ ୫/୦୨ ମିନିଟ୍ ପର୍ଯ୍ୟନ୍ତ

କାଳବେଳା- ଦିବା ୧୧/୩୧ ମିନିଟରୁ ଦିବା ୧୨/୫୪

ଶୁଭବେଳା- ପ୍ରାତଃ ୬/୪୪ ମିନିଟରୁ ଦିବା ୮/୫୬ ମିନିଟ୍

ମାହେନ୍ଦ୍ର ବେଳା- ଦିବା ୩/୩୪ ମିନିଟରୁ ଅଘ- ୪/୧୮ ମିନିଟ୍

ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ନୂତନ ଦ୍ରବ୍ୟଲାଭ ଯୋଗ ରହିଛି ।  ମାନସିକ ଶାନ୍ତି ଅବ୍ୟାହତ ରହିବ ।

ବୃଷ: ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମନ ଭାରାକ୍ରାନ୍ତ ରହିବ । ଆର୍ଥିକ କାରବାରରେ ହଠାତ୍ କାହାକୁ ବିଶ୍ୱାସ କରନ୍ତୁ ନାହିଁ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖା ଦେଇପାରେ । କୁସଙ୍ଗରେ ପଡ଼ି ନିଜର କ୍ଷତି ସାଧନ କରିବେ ।

ମିଥୁନ: ପାରିବାରିକ ସୁଖଶାନ୍ତି ବଜାୟ ରହିବ । କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ଗୁରୁ ଗୁରୁଜନଙ୍କ ପ୍ରିୟପାତ୍ର ହେବେ ।

କର୍କଟ: ଦୃଢ଼ ମନୋବଳ ନେଇ ସମସ୍ତ ପରିସ୍ଥିତିର ସମ୍ମୁଖିନ ହେବେ । ବହୁଦିନରୁ ଲାଗି ରହିଥିବା ବିବାଦୀୟ ସମସ୍ୟାରୁ ମୁକ୍ତ ହେବ । ପୁଞ୍ଜି ବିନିଯୋଗ ନିମନ୍ତେ ଦିନଟି ଶୁଭପ୍ରଦ ରହିବ । ଜୀବନ ସାଥିର କେଇପଦ କଥା ଆପଣଙ୍କ ମଧ୍ୟରେ ଶକ୍ତି ସଞ୍ଚାର କରିବ ।

ସିଂହ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ । ପୁରାତନ ଶତ୍ରୁମାନେ ପରାଭବ ହେବେ । ନିଜ ସାମର୍ଥ୍ୟ ବଳରେ ପ୍ରତିଯୋଗିତା ମୂଳକ କର୍ମରେ ସଫଳ ହାସଲ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା: ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କର୍ମ କ୍ଷେତ୍ରରେ ସହକର୍ମୀ ମାନେ ଅସହଯୋଗ କରିପାରନ୍ତି । କୌଣସି କଥାକୁ ନେଇ ବନ୍ଧୁବର୍ଗରେ ସମାଲୋଚିତ ହୋଇପାରନ୍ତି ।

ତୁଳା: ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ । ବ୍ୟକ୍ତିଗତ ଭାବେ ସାମାଜିକ ସ୍ତରରେ ଖ୍ୟାତି ସଂପନ୍ନ ହେବେ । ଆଜି ସମସ୍ତ ପ୍ରକାର ପ୍ରାପ୍ତି ଆପଣଙ୍କୁ ଅପେକ୍ଷା କରିଛି ।

ବିଛା: ମାନସିକ ଚାପଗ୍ରସ୍ତ ଭିତରେ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟାର କାରଣରୁ ଚିଡ଼ିଚିଡ଼ା ସ୍ୱଭାବ ପ୍ରକାଶ ପାଇବ । କର୍ମ କ୍ଷେତ୍ରରେ ଅତିମାତ୍ରାରେ କୌଶଳ ଅବଲମ୍ବନ କରନ୍ତୁ ।

ଧନୁ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଅପେକ୍ଷା କରିଥିବା ସୁଯୋଗ ହାତ ମୁଠାକୁ ଆସିବ  । ପାରିବାରିକ ଜୀବନ ଆନନ୍ଦମୟ ହେବ ।

ମକର: କର୍ମକ୍ଷେତ୍ରରେ ଆଶାତୀତ ସଫଳତା ଅର୍ଜନ କରିବେ  । କୌଣସି ବିବାଦୀୟ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ । ବୌଦ୍ଧିକ ଶକ୍ତି ପ୍ରୟୋଗ କରି ସୁଦ୍ଧ ବିଚାରରେ ଅନ୍ୟ ମାନଙ୍କୁ ପରାମର୍ଶ ପ୍ରଦାନ କରିବେ । ବ୍ୟକ୍ତିଗତ, ସାମାଜିକ, ପାରିବାରିକ ଜୀବନରେ ଯଶ ଖ୍ୟାତି ସମ୍ପନ୍ନ ହେବେ ।

କୁମ୍ଭ: ଅନ୍ୟମାନଙ୍କ ସନ୍ଦେହ ଦୃଷ୍ଟିରେ ରହିବେ । ଆୟଠାରୁ ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଜୀବନସାଥିଙ୍କ ପରାମର୍ଶ ଗ୍ରହଣ କରନ୍ତୁ ଲାଭବାନ ହେବେ । ମାନସିକ ଅସ୍ଥିରତା ଦେଖାଦେବ  ।

ମୀନ: ଅଯଥା ବାର୍ତ୍ତାଳାପରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ନିଜକୁ ସାମାଜିକ କର୍ମରେ ନିୟୋଜିତ କରନ୍ତୁ । ମାତୃବର୍ଗଙ୍କ ଅଶୀର୍ବାଦ କାମନା କଲେ ଦିନଟିର ରିଷ୍ଟ ଖଣ୍ଡନ ହେବ । ')}

Leave a Reply