ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ଟାର୍ଗେଟ ରଖିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ । ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ବିରାଟ କୋହଲି ୭୬ ଏବଂ ଅକ୍ଷର ପଟେଲ ୪୭ ରନର ପାଳି ଖେଳିଛନ୍ତି । ଶିଭମ ଦୁବେ ୨୭ ରନ କରିଥିବାବେଳେ ଦଳର ପ୍ରଦର୍ଶନ ଭଲ ରହିଛି । ତେବେ ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ପୂରଣ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉଥିବାବେଳେ ଭାରତରେ ବୋଲିଂ ବାହିନୀ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।