ଜାମ୍ମୁ ଓ କାଶ୍ମୀରରେ ବଢୁଛି ଟାର୍ଗେଟ୍‌ କିଲିଂ, ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ବଦଳି

ଶ୍ରୀନଗର: କାଶ୍ମୀରରେ ଟାର୍ଗେଟ କିଲିଂ ବଢ଼ିବା ପରେ ପଦକ୍ଷେପ । ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ବଦଳି କରିଛନ୍ତି ସରକାର । ଗତ ଏକ ମାସ ମଧ୍ୟରେ ୮ରୁ ଅଧିକ ଲୋକଙ୍କୁ ଟାର୍ଗେଟ କିଲିଂ ଜରିଆରେ ଆତଙ୍କବାଦୀ ହତ୍ୟା କରିବା ପରେ ଉପତ୍ୟକାରେ ଆତଙ୍କ ପ୍ରକାଶ ପାଇଆସୁଛି । ବିଶେଷ କରି ଶିକ୍ଷକ, କର୍ମଚାରୀ, ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରାଯାଉଛି ।

କାଶ୍ମୀରର ଏହି ଅବସ୍ଥା ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ୨୦୧୨ରେ ଘୋଷିତ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନୁସାରେ ପଣ୍ଡିତମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଟାର୍ଗେଟ କିଲିଂ ପରେ ସେମାନେ ପ୍ରତିବାଦ କରିଥିଲେ । ଉପତ୍ୟକାରୁ ସମୂହ ପଳାୟନ ଲାଗି ସେମାନେ ଧମକ ଦେଇଥିଲେ । ପୂର୍ବରୁ ତହସିଲ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ପ୍ରାୟ ୬୦୦୦ ହଜାର କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।