spot_img

Latest Posts

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୭୩୪ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ପୁଣି ୧୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ନୂଆ କରୋନା ସଂକ୍ରମିତ । ୧୦୭୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ସବୁଠାରୁ ବଡ଼କଥା ହେଉଛି ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ସଂଖ୍ୟା ଆସିଛି । ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଗଞ୍ଜାମ ଠାରୁ ଆଗରେ ରହିଛି ଖୋର୍ଦ୍ଧା । ଏବେ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରେ ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି ।

ଆଜି ଗଞ୍ଜାମରୁ ୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୨ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୭, ସୁନ୍ଦରଗଡ଼ରୁ ୧୨୬, ଗଜପତିରୁ ୮୫, ଯାଜପୁରରୁ ୩୮, ରାୟଗଡ଼ାରୁ ୧୮, ବାଲେଶ୍ୱରରୁ ୭୩, ପୁରୀରୁ ୫୫, କୋରାପୁଟରୁ ୬୦, କେନ୍ଦୁଝରରୁ ୨୭, ନୟାଗଡ଼ରୁ ୧୦୬, ସମ୍ବଲପୁରରୁ ୧୪, ଭଦ୍ରକରୁ ୫୮, କନ୍ଧମାଳରୁ ୫୯, ମୟୂରଭଞ୍ଜରୁ ୩୫, ମାଲକାନାଗିରିରୁ ୫୨, ଜଗତସିଂହପୁରରୁ ୧୨, କେନ୍ଦ୍ରାପଡ଼ାରୁ ୨, ବଲାଙ୍ଗିରରୁ ୬, ବରଗଡ଼ରୁ ୫୧, ଢ଼େଙ୍କାନାଳରୁ ୨୯, କଳାହାଣ୍ଡିରୁ ୨୪, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୬, ନବରଙ୍ଗପୁରରୁ ୧୩, ନୂଆପଡ଼ାରୁ ୨୨, ସୋନପୁରରୁ ୧୩, ଦେବଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ଏହା ସହ ରାଜ୍ୟରେ ମୋଟ କରୋନା ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୨୪୧ କରୋନା ରୋଗୀ । ୧୫ ହଜାର ୩୬୫ ଜଣ ଏବେ ରାଜ୍ୟରେ ସକ୍ରିୟ ରହିଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

Latest Posts

Don't Miss