ସ୍ୱପ୍ନ ଛୁଇଁଲା ଶିଖର, ଏମିତି କିଛି କରି ଦେଖାଇଲେ ସାରା ଦେଶ ଚକିତ ହୋଇଗଲା…

1 min read

ଗୁଜରାଟ : ୪ ଥର ମାଟ୍ରିକ ଫେଲ । ମନରେ କିନ୍ତୁ ଅସୁମାରୀ ଆଶା । ସାରା ଆକାଶକୁ ଖେଦି ଯିବାର ଦୁର୍ବାର ଇଛା ତାଙ୍କୁ ଆଜି ଜଣେ ସଫଳ ମଡେଲ କରିପାରିଛି । ପାଠରେ ଫେଲ ୧୭ ବର୍ଷୀୟ କିଶୋର ପ୍ରିନ୍ସ ପଞ୍ଚଲଙ୍କ ଉଦ୍‌ଭାବନ ଆଜି ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । ନିଜ ଇଛା ଶକ୍ତି ବଳରେ ୩୫ ପ୍ରକାର ହାଲୁକ। ଉଡ଼ାଜାହଜର ମଡେଲ ତିଆରି କରିପାରିଛନ୍ତି ପ୍ରିନ୍ସ । ଆଗକୁ ଲକ୍ଷ୍ୟ ଜଣିକିଆ ଯାତ୍ରା କରିପାରୁଥିବା ଉଡ଼ାଜାହଜ ନିର୍ମାଣ କରିବା ଓ ସେଥିରେ ନିଜେ ଯାତ୍ରା କରିବା ।

ଗୁଜରାଟ ବଡୋଦରାର ୧୭ ବର୍ଷୀୟ ପ୍ରିନ୍ସ ପଞ୍ଚଲ । ପାଠ ପଢ଼ି ବସିଲେ ମୁଣ୍ଡ ଓଜନିଆ ହୋଇଯାଏ । ମନ ଚଞ୍ଚଳ ହୁଏ । ପାଠରେ ମନ ଲାଗେନି । ଏଥିପାଇଁ ଚାରି ଚାରି ଥର ମାଟ୍ରିକ ପରୀକ୍ଷାରେ ଅସଫଳ ହୋଇଛନ୍ତି । ବହିର ପାଠ ସିନା ମୁଣ୍ଡରେ ପଶେନି କିନ୍ତୁ ଇଞ୍ଜିନିୟରିଂ ବିଦ୍ୟା ଆପେ ଆପେ ମନକୁ ଆସିଯାଏ । ଏହି କାମରେ ତାଙ୍କୁ ଜେଜେବାପାଙ୍କ ସମର୍ଥନ ମିଳିଥିଲା । ଘର ବାହାରେ ଲାଗିଥିବା ବିଭିନ୍ନ ବ୍ୟାନର ଓ ହୋର୍ଡିଙ୍ଗ୍‌ରେ ବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରିଚାଲିଲେ ବିଭିନ୍ନ ଉଡ଼ାଜାହଜର ମଡେଲ ।

 

ହାତ ତିଆରି ଉଡ଼ାଜାହଜକୁ ରିମୋଟ କଣେ୍ଟ୍ରାଲରେ ଆକାଶରେ ଉଡ଼ାଉଛନ୍ତି । ନିଜର ଉଦ୍‌ଭାବନ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇ ଚାଲିଛନ୍ତି । ୟୁ ଟୁ୍ୟବ୍‌ ଚ୍ୟାନେଲ୍‌ରେ ‘ପ୍ରିନ୍ସ ପଞ୍ଚଲ ମେକର’ ରେ ସେ ଯେଉଁ ସବୁ ମଡେଲ କରୁଛନ୍ତି ତାର ଭିଡିଓ ସେୟାର କରୁଛନ୍ତି । କିଭଳି ତିଆରି ହେଉଛି ଏହା ଜରିଆରେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛନ୍ତି । ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପଞ୍ଚଲଙ୍କ ଉଦ୍‌ଭାବନକୁ ଢେର ପ୍ରଶଂସା ମିଳିଛି । କଥାରେ ଅଛି ‘ପରହସ୍ତ ଧନ ପୁସ୍ତକଗତ ବିଦ୍ୟା ପ୍ରୟୋଜନରେ ଆସେନାହିଁ’ । ଆଉ ଯାହାକୁ ପ୍ରମାଣିତ କରିଛନ୍ତି ପଞ୍ଚଲ ।

')}

Leave a Reply