୩ ଲକ୍ଷ ଦିଅ, ନ ହେଲେ ପୁଅକୁ ଭୁଲିଯା’…ଏମିତି ଫିଲ୍ମଷ୍ଟାଇଲ୍ ଡାଇଲଗ୍ ମାରିଲା ଏହି ପିଲା

1 min read

ଭଲଦଶା ଅଛି ତ ୩ ଲକ୍ଷ ଟଙ୍କା ଦିଅ… ନ ହେଲେ ପୁଅକୁ ଆଉ ପାଇବନି… । ପୋଲିସ୍‌କୁ ଖବର ଦେଲେ ସବୁ କିଛି ଏପଟ ସେପଟ ହେଇଯିବ । ତୁରନ୍ତ ଠିକଣା ଜାଗାରେ ଆଣି ଟଙ୍କା ପହଞ୍ଚାଇ ଦିଅ । ଅପହୃତର ବାପାଙ୍କୁ ଏ ହେଉଛି ଜଣେ ଅପହରଣକାରୀର ଧମକ ।

ଏହା କୌଣସି ବଡ଼ ଅପରାଧୀର କାମ ନୁହେଁ । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଏକ ବାଳକର ଏ ହେଉଛି କାରନାମା,  ଯିଏ ଫିଲ୍ମ ଷ୍ଟାଇଲରେ ଅପହରଣ କରି ମାଗୁଛି ଟଙ୍କା ।

ଅଭିଯୁକ୍ତ ବାଳକ ହାଇଦ୍ରାବାଦର ମିରପେଟ ଅଞ୍ଚଳର ସଫ୍ଟଓୟାର ଇଞ୍ଜିନିୟର ଜି. ରାଜୁଙ୍କର ୭ ବର୍ଷର ପୁଅକୁ ଗତ ରବିବାର ଉଠାଇ ନେଇଥିଲା । ପରେ ରାଜୁଙ୍କୁ ମୁଣ୍ଡଜାମିନ ରଖି ଫୋନ ଯୋଗେ ୩ ଲକ୍ଷ ଟଙ୍କା ଦାବି କରିଥିଲା । ଏ ନେଇ ରାଜୁ ରାଞ୍ଚକୋଣ୍ଡା ପୋଲିସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ମାତ୍ର ୩ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ପୋଲିସର ପ୍ଲାନ୍ ଅଫ୍ ଆକ୍ସନ୍ ମୁତାବକ, ପ୍ରଥମେ ରାଜୁଙ୍କୁ ଅପହରଣକାରୀ ବାଳକ ସହ ଡିଲ କରିବାକୁ କହିଥିଲେ । ଡିଲ୍ ମୁତାବକ, ରାଜୁ ପ୍ରଥମେ ୨୫ ହଜାର ଟଙ୍କା ଏବଂ ବାକି ଟଙ୍କା ଚେକ୍ ମାଧ୍ୟମରେ ଦେବେ ବୋଲି କହିଥିଲେ । ଡିଲ୍ ବେଳେ ଏଣୁ ତେଣୁ କଥା କହି ଅଧିକ ସମୟ ଗଡ଼ାଇବାକୁ ପୋଲିସ କହିଥିଲା । କଥାହେବା ସମୟରେ ପୋଲିସ ଫୋନ ନମ୍ବର ଟ୍ରାକ କରି ଅପହରଣକାରୀକୁ ଗିରଫ କରିଥିଲା ।  ଗିରଫ ପରେ ଜଣାପଡିଥିଲା ଅପହରଣକାରୀର ବୟସ ମାତ୍ର ୧୭ ବୋଲି ।

ଜୁଭେନାଇଲ ଆକ୍ଟରେ ଗିରଫ ପରେ ନାବାଳକ ଜଣକୁ ସୁଧାର ଗୃହରେ ରଖା ଯାଇଛି ବୋଲି ରାଞ୍ଚକୋଡା ପୋଲିସ କହିଛି । ସୂଚନାରୁ ଜଣାପଡିଛି, ୭ ବର୍ଷର ବାଳକଟି ଘର ବାହାରେ ଖେଳୁଥିବା ବେଳେ ୧୭ ବର୍ଷର ବାଳକ ତାକୁ ଏକୁଟିଆ ପାଇ ଅପହରଣ କରିଥିଲା  । ')}

Leave a Reply