ଦୀପାବଳିରେ ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ଫୋର୍ସ ମୁତୟନ, ବାଣ ଫୁଟାଉଥିଲେ ୧୦୦କୁ ଫୋନ କରନ୍ତୁ
ଭୁବନେଶ୍ୱର: ଦିନକ ପରେ ଆଲୋକର ପର୍ବ ଦୀପାବଳି । ହେଲେ ଦୀପାବଳିକୁ ନେଇ ସବୁ ଖୁସି ଛଡ଼ାଇ ନେଇଛି କରୋନା । ପର୍ବ ଅଛି ହେଲେ ତାହାର ମହକ ଆଉ ନାହିଁ । କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ତେବେ ଦୀପାବଳିକୁ ନେଇ ପୂର୍ବରୁ ଏକ ଗାଇଡଲାଇନା ଜାରି କରାଯାଇଥିଲା । ରାସ୍ତାରେ ବାଣ ଫୁଟାଇବାକୁ ନେଇ ରୋକ ଲଗାଯାଇଥିବା ବେଳେ ରାସ୍ତା ଉପରେ ମଧ୍ୟ ଦୀପ ଦୋକାନକୁ ଖୋଲିବାକୁ ବାରଣ କରାଯାଇଥିଲା ।
ସେପଟେ ଆଜି ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୀପ ବିକ୍ରି ଓ ବାଣ ଫୁଟେଇବାକୁ ମନା କରାଯାଇଛି । ଭୁବନେଶ୍ୱରବାସୀଙ୍କୁ କରୋନା କଟକଣାର ନିୟମ ମାନିବାକୁ ଡିସିପି ଅନୁରୋଧ କରିଛନ୍ତି । ନିୟମ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ତେବେ ରାଧାନୀରେ ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଲୋକଙ୍କୁ ଅନୁରୋଧ ଯେଉଁଠି ବାଣ ବିକ୍ରି ହେଉ ଅବା ବାଣ ଫୁଟାଉଥିଲେ ୧୦୦ କୁ ଫୋନ କରନ୍ତୁ । ତେବେ ଧନ ତେରାସରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯାଇଛି ବୋଳଇ ଭୁବନେଶ୍ୱର ଡିସିପି କହିଛନ୍ତି ।