ଟିଭି ଫାଟି ୧୬ ବର୍ଷୀୟ ବାଳକ ମୃତ, ଅନ୍ୟ ତିନି ଆହତ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଏଲ୍‌ଇଡି ଟେଲିଭିଜନ ଫାଟି ୧୬ ବର୍ଷିୟ ବାଳକର ମୃତ୍ୟୁ । ଘଟଣାରେ ତାର ମାଆ, ଭାଉଜ ଓ ଜଣେ ସାଂଗ ମଧ୍ୟ ଆହତ ହୋଇଛନ୍ତି । ଟିଭିଟି ଏତେ ଜୋର ଫାଟିଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥ ଭାଙ୍ଗି ଯାଇଛି । ଘଟଣାରେ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ମୃତ ବାଳକ ଓମେନ୍ଦ୍ରଙ୍କ ମୁହଁ, ଛାତି ଓ ବେକରେ ଫାଟିଯାଇଥିବା ଟେଲିଭିଜନ୍ର କିଛି ଅଂଶ ପଶିଯାଇଛି । ମୃତ ବାଳକଙ୍କ ପଡ଼ୋଶୀଙ୍କ କହିବା କଥା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ଆମେ ସମସ୍ତେ ଧାଇଁ ଆସିଥିଲୁ । ଘରେ ଟିଭି ଭାଙ୍ଗି ଯାଇଥିବା ବେଳେ କାନ୍ଥ ମଧ୍ୟ ଭୁସୁଡି ପଡିଥିଲା । ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ଫାଟିଲା ଟିଭି ।

ଟେଲିଭିଜନ ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀ ସମସ୍ତଙ୍କ ଘରେ ଥିବାବେଳେ ଏଭଳି ଟିଭି ଫାଟିବା ଖବର ସମସ୍ତଙ୍କ ପାଇଁ ନିଶ୍ଚୟ ଚିନ୍ତା ଜନକ । ବର୍ତ୍ତମାନ ସମୟରେ ଘରର ପିଲା ମାନେ ଅଧିକ ସମୟ ଟିଭି ଦେଖୁଛନ୍ତି । ପ୍ରତି ଘରେ ଏଭଳି କିଛି ଯଦି ଘଟଣା ଘଟେ ସେଥିପାଇଁ ଦାୟୀ କିଏ । ଟିଭି ଆମ ପାଇଁ କେତେ ସୁରକ୍ଷିତ ।