ଆଜିର ରାଶିଫଳ (୧୬/୧୧/୨୦୧୯)

1 min read

ଆଜି ୨୦୧୯ ମସିହା ନଭେମ୍ବର ୧୬ ତାରିଖ , ଶନିବାର ସୌରମାସ ତୁଳା,ଦି ୩୦ ନଅ, ମିଥୁନ ଚନ୍ଦ୍ର , ୪ର୍ଥୀ ସଂଧ୍ୟା ଘ-୭/୧୫ ଗତେ ୫ ମୀ, ନକ୍ଷେତ୍ର ଆଦ୍ରା ରାତ୍ରୀ ୧୧/୧୫ ମୀ ଗତେ, ପୂନର୍ବସୁ, ଯୋଗ-ସିଦ୍ଧ ପ୍ରତଃ ଘ ୬/୩୭  ଗତେ ସାଧ୍ୟ, ବବକରଣ ପ୍ରାତଃ ଘ୬/୩୨ ଗତେ ବାଳବ କରଣ 

ଘାତବାର- ବୃଶ ରାଶିର, ଘାତଚନ୍ଦ୍ର-କନ୍ୟା ରାଶିର

ଅନ୍ୟ ମାସାନ୍ତ, ସିତା ବିବାହ, ଜାତୀୟ ପ୍ରେସ ଦିବସ

ରାହୁ କାଳ- ଦିବା ୮/୪୫ ମିନିଟରୁ ଦିବା ଘ ୧୦/୮ମିନିଟ

ଶୁଭ ବେଳା-ଦିବା ଘ ୧୧/୫୩ ମିନଟ ,ଦିବା ଘ୨/୫୦ ମନିଟ୍

ଆଜିର ରାଶି ଫଳ

ମେଷ: ନୂତନ ଯୋଜନା ପ୍ରସ୍ତୁତ କରି କର୍ମ କ୍ଷେତ୍ରରେ ଆଗେଇବେ । ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ପାରିବାରିକ ଶୃଙ୍ଖଳା ବଜାୟ ରହିବ । ଅତିଥିଙ୍କ ଆଗମନ ହେବ ।

ବୃଷ: ଘାତ ପ୍ରତିଘାତ ମଧ୍ୟରେ ଦିନଟି କଟିବ । ଅଜଣା ଭୟରେ ଆତଙ୍କିତ ହୋଇପଡ଼ିବେ । ଆର୍ଥିକ ସ୍ଥିତି କାରଣରୁ ମନ ଚାପଗ୍ରସ୍ତ ରହିବ । କୌଣସି କାରଣ ନଥାଇ ମଧ୍ୟ ନିନ୍ଦା ଅପବାଦ ମିଳିପାରେ ।

ମିଥୁନ: ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । କୌଣସି ସାଧୁ ମହାତ୍ମଙ୍କ ସଙ୍ଗ ଲାଭ ହୋଇପାରେ । ଆର୍ଥିକ ସ୍ଥରରେ ଅଭିବୃଦ୍ଧି ଘଟିବ ।

କର୍କଟ: ଅଜଥା ଭ୍ରମଣରେ କ୍ଳାନ୍ତ ଅନୁଭବ କରିବେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଅବସ୍ତାକୁ ନେଇ ଚିନ୍ତା ବୃଦ୍ଧି ପାଇବ । ଭୁଲ ବୁଝାବଣା କାରଣରୁ ବନ୍ଧୁ ବିଦ୍ୱେଶ ଦେଖା ଦେଇପାରେ ।

ସିଂହ: ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । ଆର୍ଥୀକ ସ୍ଥିତି ଉତ୍ଥାମପତ୍ତନ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେଲେ ମଧ୍ୟ ସମାଧାନ ହେବ । ବୁଝି ବିଚାରି ବ୍ୟୟ କରନ୍ତୁ ।

କନ୍ୟା: ସ୍ୱାସ୍ଥ୍ୟ କାରଣରୁ ଚିନ୍ତିତ ରହିବେ । ଆର୍ଥୀକ ଅଭିବୃଦ୍ଧି ଘଟିବ । ରଚନାତ୍ମକ ଦିଗରେ ମନ ନିବେଶ କରିବେ ଭବିଷ୍ୟତ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ ହେବ ।

ତୁଳା: ପରିଶ୍ରମ ତୁଳନାରେ ଆୟ କମ୍ ହେବ । କର୍ମ କ୍ଷେତ୍ରରେ ବାଧା ବିଘ୍ନ ଆସିପାରେ । ପୁରାତନ ବନ୍ଧୁଙ୍କ ସହ ମତଭେଦ ଦେଖାଦେବ । ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଭାବ ପ୍ରବଣତା ଟାରୁ ଦୁରେଇ ରୁହନ୍ତୁ ।

ବିଛା: ସ୍ୱାସ୍ଥ୍ୟ ଅବସ୍ଥା ନେଇ ସାମାନ୍ୟ ଚିନ୍ତିତ ରହିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ  । ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ସୁସମ୍ବାଦ ପାଇ ମନ ପ୍ରଫୁଲ ରହିବ ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ । ପତ୍ନିଙ୍କ ଦ୍ୱାରା ଲାଭବାନ ହେବେ । ଆର୍ଥିକ ଅଭିବୃଦ୍ଧି ହେବ । ବିବାଦୀୟ ପରିସ୍ଥିତିର ସମାଧାନ ହେବ ।

ମକର: ଦୁର ସ୍ଥାନକୁ ଯାତ୍ରା କରିପାରନ୍ତି । ଚିନ୍ତା କରୁଥିବା କାର୍ଯ୍ୟରେ ସଫଳ ହେବେ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ । ଏକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ।

କୁମ୍ଭ: କୌଣସି କଥାକୁ କେନ୍ଦ୍ର କରି ମାନସିକ ଅସ୍ତିରତା ବୃଦ୍ଧି ପାଇବ । ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ । କପଟି ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ।

ମୀନ: ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ନିଜକୁ ଅସହାୟ ବୋଧ କରିପାରନ୍ତି । ଆର୍ଥୀକ ଋଣ ବୃଦ୍ଧି ହେବା ସହିତ ଗୁପ୍ତ ଶତ୍ରୁମାନେ କ୍ଷତି କରିବାକୁ ଚେଷ୍ଟା କରିବେ ।

')}

Leave a Reply