ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ କମିଶନଙ୍କ ବୈଠକ
1 min readଭୁବନେଶ୍ବର : ଷୋଡ଼ଶ ଅର୍ଥ କମିଶନଙ୍କ ସହିତ ରାଜ୍ୟ ସରକାରଙ୍କ ଆଲୋଚନା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ଯ ଶାସନ ସଚିବ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଓଡ଼ିଶାର ସ୍ଵାର୍ଥ ସମ୍ମଳିତ ଦାବି ପତ୍ର ପ୍ରଦାନ କରିବେ ରାଜ୍ଯ ସରକାର। ଅପରାହ୍ନରେ ଅର୍ଥ କମିଶନଙ୍କୁ ଭେଟିବେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି। ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ, ସ୍ଵତନ୍ତ୍ର ରାଜ୍ୟପାହ୍ୟା, ପୋଲାଭରମ୍ ସହ ବିଭିନ୍ନ ପ୍ରକଳ୍ପ ପାଇଁ ବିଜେଡି ଦାବି କରିବ ବୋଲି କହିଛି।
ଏହା ସହ କେନ୍ଦ୍ରୀୟ ଟିକସ ଅନୁଦାନ ବଢ଼ାଇବାକୁ ଦାବି ପତ୍ର ଦେବ ବିଜେଡି । କମିଶନଙ୍କ ପାଖରେ ଓଡ଼ିଶାର ହକ କଥା ଦାବିପତ୍ର ଜରିଆରେ ଦୃଷ୍ଟି ଆକର୍ଷଣ କରିବ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି l ଋଣଭାର କେମତି କମିବ ତାହା ଉପରେ ରାଜ୍ୟ ସରକାର କମିଶନଙ୍କୁ ପ୍ରସ୍ତାବ ଦେବାକୁ କଂଗ୍ରେସ ଦାବି କରିଛି । ଗତ କିଛି ବର୍ଷ ହେଲା କେନ୍ଦ୍ର ଟିକସ ଅନୁଦାନ କମି କମି ଚାଲିଛି । ଏଥର ଡବଲ ଇଞ୍ଜିନ ସରକାରରେ ଏହା ବଢିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।