IPL 2020 : ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ

ଦୁବାଇ, ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ସରିଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ହୋଇଯାଇଛି । ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।

ଦଳ ପକ୍ଷରୁ ୨ ଓପନର କୁରନ ୩୧ ଏବଂ ଡୁପ୍ଲେସିସି କୌଣସି ରନ କରି ନ ଥିଲେ । ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସେନ୍ ୱାଟସନ ଦଳ ପାଇଁ ୪୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ରାୟୁଡୁ ୪୧ ଏବଂ ଧୋନୀ ୨୧ ରନ ସଂଗ୍ରହ କରି ଫ୍ୟାଭିଲିୟନକୁ ଫେରିଥିଲେ । ଅନ୍ୟତମ ପ୍ରମୁଖ ଖେଳାଳି ବ୍ରାଭୋ ଖାତା ଖୋଲି ପାରି ନ ଥିଲେ । ଶେଷ ପର୍ଯ୍ୟନ୍ତ ରବୀନ୍ଦ୍ର ଜାଡେଜା ଏବଂ ଦୀପକ ଚାହାର ରହି ବ୍ୟାଟିଂ କରିଥିଲେ । ଏହିପରି ଭାବେ ମେନ ଇନ୍ ୟେଲୋ ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା ।

ଅପରପକ୍ଷରେ ହ୍ରାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା, କେ ନଟରାଜନ ଏବଂ କେ କେ ଅହମ୍ମଦ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ପକ୍ଷରୁ ମାତ୍ର ୫ ରନ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ଦଳ ପ୍ରଥମ ୱିକେଟ ୧୦, ୨ୟ ୱିକେଟ ୩୫, ୩ୟ ୧୧୬, ୪ର୍ଥ ୧୨୦, ୫ମ ଓ ୬ଷ୍ଠ ୧୫୨ ରନରେ ପଡିଥିଲା ।

 

Leave a Reply