୧୬ ବର୍ଷ ପରେ ଆସିଲା ବାରଣାସୀ ସିରିଜ୍ ବିସ୍ଫୋରଣ ରାୟ,ବଲିଉଲ୍ଲାହାକୁ ଫାଶୀ ଦଣ୍ଡ

ବାରଣାସୀ : ଉତ୍ତରପ୍ରଦେଶର ବାରଣାସୀରେ ୧୬ ବର୍ଷ ତଳେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଦୌରାଜଜଙ୍କ ରାୟ ଆସିଛି । ରାୟରେ ବିଚାରପତି ମୁଖ୍ୟ ଅଭିଯୁକ୍ତ ତଥା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଏହା ସହିତ ଅନ୍ୟଏକ ମାମଲାରେ ଅଦାଲତ ବଲ୍ଲିଉଲ୍ଲାହକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୬ରେ ହୋଇଥିବା ସିରିଜ୍ ବ୍ଲାଷ୍ଟରେ ୧୮ ଲୋକଙ୍କ ଜୀବନ ଯାଇଥିଲା । ସେହି ସିରିଜ୍ ବିସ୍ଫୋରଣରେ ୧୦୦ରୁ ଅଧିକ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗାଜିଆବାଦ ଜିଲ୍ଲା ଅଦାଲତ ଜୁନ ୪ ତାରିଖରେ ଅଭିଯୁକ୍ତ ବଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦଣ୍ଡାଦେଶ ପାଇଁ ଅଦାଲତ ୬ ଜୁନ ନିର୍ଧାରିତ କରିଥିଲେ । ୨୦୦୬ରେ ବାରଣାସୀ ସଂକଟ ମୋଚନ ହନୁମାନ ମନ୍ଦିର,ଦଶାଶ୍ୱମେଧ ଘାଟ ଓ ରେଳ ଷ୍ଟେଶନରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପଛରେ ପ୍ରତିବନ୍ଧିତ ଇଣ୍ଡିଆନ ମୁଜାହିଦ୍ଦିନର ହାତ ଥିଲା । ଏହି ସଂଗଠନ ଆଉ ଏକ ପ୍ରତିବନ୍ଧିତ ସଂଗଠନ ସିମି ବା ଷ୍ଟୁଡେଣ୍ଟ୍ ଇସଲାମିକ ମୁଭମେଣ୍ଟରୁ ସୃଷ୍ଟି ହୋଇଥିଲା । ବଲ୍ଲିଉଲ୍ଲାହ ପୁରା ଅପରେଶନର ସଂଚାଳନା କରିଥିଲା । ସିରିଜ୍ ବ୍ଲାଷ୍ଟରେ ୧୮ରୁ ଅଧିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଆହତଙ୍କ ସଂଖ୍ୟା ୧୦୦ରୁ ଅଧିକ ଥିଲା ।