ଖୋର୍ଦ୍ଧାରୁ ୨୧ ପଜିଟିଭ ଚିହ୍ନଟ, ସେଥିରୁ ୧୬ ଜଣ ହେଉଛନ୍ତି ଭୁବନେଶ୍ୱରର

1 min read
16 more persons have been tested positive for Coronavirus in Bhubaneswar

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ପଜିଟିଭ ସଂଖ୍ୟା ୩ ହଜାର ୯୦୯କୁ ବୃଦ୍ଧି ପାଇଛି । ଆଜି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୭୧ ଓ ଲୋକାଲରୁ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ଖୋର୍ଦ୍ଧାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେଥି ମଧ୍ୟରୁ ଭୁବନେଶ୍ୱରରୁ ୧୬ କରୋନା ପଜିଟିଭ ।  ସେମାନଙ୍କ ମଧ୍ୟରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୧୪ ଓ ଲୋକାଲ କେସ୍‌ ୨ ଥିବା ଜଣା ପଡିଛି ।  ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୩ ଜଣ ମହିଳା ବୋଲି ଜଣା ପଡିଛି । ପଟିଆ ଶ୍ରୀବିହାରରୁ ଗୋଟିଏ ପରିବାରର ୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଜୟଦେବ ବିହାରରୁ ଗୋଟିଏ ପରିବାରର ୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ… ରାଜ୍ୟରେ ମୋଟ ୩ ହଜାର ୯୦୯ ସଂକ୍ରମିତ

ଶାସ୍ତ୍ରୀ ନଗର ୟୁନିଟ-୪ରୁ ଗୋଟିଏ ପରିବାରର କୋଲକାତା ଫେରନ୍ତା ୨ ଜଣ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମାରୁ ଜଣେ ପୁନେ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅପରପକ୍ଷରେ କଳିଙ୍ଗ ବିହାରରୁ ଓମାନ୍‌ ଫେରନ୍ତା ଓ ସତ୍ୟ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାପଲ୍ଲୀ, ରସୁଲଗଡ, ଯଦୁପୁର, ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୩ ମସଜିଦ୍‌ କଲୋନୀରୁ ଜଣେ ୬୦ ବର୍ଷର ବୃଦ୍ଧା ଚିହ୍ନଟ ହୋଇଥିବା ବେଳେ ୨ ଲୋକାଲ କେସ୍‌ ମଧ୍ୟରୁ ଗୋଟିଏ ପଳାଶୁଣି କପିଳେଶ୍ୱର ବିହାରର ବୋଲି ଜଣା ପଡିଛି ।

Leave a Reply