ହସ୍ପିଟାଲର କୋଭିଡ୍ ୱାର୍ଡରେ ଭୀଷଣ ନିଆଁ, ୧୪ ରୋଗୀଙ୍କ ସହ ୨ ନର୍ସ ମୃତ

1 min read
16 Killed In Fire Breaks Out At A Covid19 Care Centre In Bharuch Gujarat

ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ପଟେଲ ୱେଲଫେୟାର୍ ହସ୍ପିଟାଲରେ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

16 Killed In Fire Breaks Out At A Covid19 Care Centre In Bharuch Gujarat

ଖବର ଅନୁସାରେ, କରୋନା ୱାର୍ଡରେ ୪୯ ଜଣ ଆକ୍ରାନ୍ତ ଥିଲେ । ଯେଉଁଥିରୁ ପ୍ରାୟ ୨୪ ଜଣ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁସାରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ କେମିତି ଲାଗିଲା ଏଯାଏଁ ଜଣାପଡ଼ିନାହିଁ । ମାମଲାର ତଦନ୍ତ ଚାଲିଛି ।

Leave a Reply