୩୦ ଜୁନ୍ ପର୍ଯ୍ୟନ୍ତ ଦିନକୁ ୧୬ଘଣ୍ଟା ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ଖୋର୍ଦ୍ଧା ସଟ୍‌ଡାଉନ୍‌ । ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ଦିନକୁ ୧୬ ଘଣ୍ଟା ସଟ୍‌ଡାଉନ୍‌ ରହିବ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ଯାଏଁ ଏହି ସଟ୍‌ଡାଉନ୍‌ କାର୍ଯ୍ୟକାରୀ ହେବ ।

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି । ତେଣୁ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲା ଜୁନ୍‌ ୩୦ ପର୍ଯ୍ୟନ୍ତ ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଦିନକୁ ୧୬ ଘଣ୍ଟା ବନ୍ଦ ରହିବ । ଔଷଧ ଦୋକାନ, ପେଟ୍ରୋଲ୍‌ ପମ୍ପ ଓ ଜରୁରୀସେବାକୁ ଛାଡ଼ି ଅନ୍ୟ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି ।

Leave a Reply