spot_img

Latest Posts

ଆନ୍ଧ୍ରରୁ ସମୁଦ୍ର ପଥ ଦେଇ ସ୍ୱତନ୍ତ୍ର ଡଙ୍ଗାରେ ଚନ୍ଦ୍ରଭାଗା ପହଞ୍ଚିଲେ ୧୬ଜଣ ମତ୍ସ୍ୟଜୀବୀ

ପୁରୀ: ଆନ୍ଧ୍ରପ୍ରଦେଶରୁ ଜଳପଥ ଦେଇ ଆସିଲେ ମତ୍ସ୍ୟଜୀବୀ । ସ୍ୱତନ୍ତ୍ର ଡଙ୍ଗାରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ। ଆଜି ସକାଳ ୬ଟାରେ ଆନ୍ଧ୍ରପ୍ରଦେଶ ତୁନି ଅଞ୍ଚଳରୁ ୧୬ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ଆସି କୋଣାର୍କ ଉପକୂଳରେ ପହଞ୍ଚିଛନ୍ତି।

ଏହାପରେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧ଜଣ ଚନ୍ଦ୍ରଭାଗାର ହୋଇଥିବା ବେଳେ ୫ଜଣ ପୁରୀ ପେଣ୍ଠକଟାର।

ମତ୍ସ୍ୟଜୀବୀମାନେ ୨ମାସ ହେଲା ଲକ୍‌ଡାଉନ୍‌ରେ ଫସିରହିଥିଲେ। ନିଜ ଖର୍ଚ୍ଚରେ ଡଙ୍ଗା କିଣି ଗତ ରବିବାର ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିଲେ। ୫ଶହ କିଲୋମିଟର ଯାତ୍ରା କରି ଆଜି ସକାଳେ ଚନ୍ଦ୍ରଭାଗାରେ ପହଞ୍ଚିଥିଲେ।

Latest Posts

Don't Miss