spot_img

Latest Posts

ମହାକାଶରେ ୧୬ତମ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ । ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ୧୬ଥର ପାଇଁ ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ପାଇଁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ କରିବେ। ସୁନୀତାଙ୍କ ନେତୃତ୍ୱରେ ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟମାନେ ଏବେ ଆଇଏସ୍‌ଏସ୍‌ରେ ୪୦୦ କିଲୋମିଟର ଉଚ୍ଚତାରେ ରହିଛନ୍ତି।

ଆଇଏସ୍‌ଏସ୍‌ ହାରାହାରି ୯୦ ମିନିଟ ଅବଧିରେ ପୃଥିବୀ ପରିକ୍ରମା କରୁଛି । ତେଣୁ ସୁନୀତା ଏବଂ ସାଥୀ ମହାକାଶଚାରୀମାନେ ନୂଆବର୍ଷରେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ସକ୍ଷମ ହେବେ। ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟଙ୍କ ନୂଆ ବର୍ଷ ପାଳନ ନିମନ୍ତେ ନାସା ପକ୍ଷରୁ ପୃଥିବୀରୁ ଆଇଏସ୍‌ଏସ୍‌କୁ ସ୍ବତନ୍ତ୍ର ଖାଦ୍ୟ ପଠାଯାଇଛି। ସୁନୀତା ଓ ସାଥୀ ମହାକାଶଚାରୀ ଭିଡିଓ କଲ୍‌ ମାଧ୍ୟମରେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ିହୋଇ ନୂଆବର୍ଷ ସେଲିବ୍ରେଶନରେ ସାମିଲ ହେବେ।

Latest Posts

Don't Miss