୧୫୬ ନୂଆ କରୋନା ପଜିଟିଭ ଚିହ୍ନଟ : ଦୁଇ ମାସରେ ହଜାରେ,୧୨ ଦିନରେ ୧୦୦୦ରୁ ଅଧିକ !

ଭୁବନେଶ୍ୱର: ରାଜ୍ୟରେ ବାରମ୍ଭାର ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କାଲି ଏକାଥରକରେ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୬ ଜଣଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

 

୧୬ ଟି ଜିଲ୍ଲାରୁ ଏହି ୧୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ସର୍ବାଧିକ ୫୦ ଜଣ କରୋନା ଚିହ୍ନଟ ହୋଇଥିବେ ବେଳେ କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୧ ଜଣ, ଭଦ୍ରକରୁ ୭ ଜଣ , ଜଗତସିଂହପୁରରୁ ୧୪ ଜଣ , ବଲାଙ୍ଗିର ଏବଂ ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଉଛନ୍ତି ।

ସେପଟେ ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ାରୁ ୩ ଜଣ ଲେଖାଏଁ କରୋନା ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ୯ ଜଣ ଓ ସୋନପୁରରୁ ୩ କରୋନା ପଜିଟିଭ ଚିହ୍ନଟ ହୋଉଛନ୍ତି । ଯଦି ଆମେ ଦେଖିବା ୨ ମାସ ୪ ଦିନରେ ପୂର୍ବରୁ ଏକ ହଜାର ଜଣ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ଏବେ ୧୨ ଦିନରେ ଆଉ ଏକ ହଜାର ଚିହ୍ନଟ ହୋଉଛନ୍ତି । ଏଥିରୁ ଜଣାପଡ଼ୁଛି କେଉଁଭଳି ଭାବରେ କରୋନା ତାର କାୟା ବିସ୍ତାର କରିଚାଲିଛି ରାଜ୍ୟ ଭିତରେ ।

ତେବେ ଆଶ୍ୱସ୍ତିକର ଖବର ହେଉଛି ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହେଉଛନ୍ତି । ଏହା ସହ ରାଜ୍ୟରେ କରୋନା ଗ୍ରାଫରେ ଉପର ମୁହାଁ ହୋଇଛି କରୋନା  । ରାଜ୍ୟରେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୨୧୦୪ ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ରାଜ୍ୟରେ ୯୬୯ ଜଣ କରୋନା ସଂକ୍ରମଣ ମାମଲା ସକ୍ରିୟ ଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

 

Leave a Reply