spot_img

Latest Posts

ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୫୨୧ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୫୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୯ ହଜାର ୬୮୯ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁନ୍ଦରଗଡ଼ରୁ ୧୨୪, କଟକରୁ ୧୧୪, ଅନୁଗୁଳରୁ ୧୦୮, ମୟୂରଭଞ୍ଜରୁ ୯୫, ଜଗତସିଂହପୁରରୁ ୯୦, ନୂଆପଡ଼ାରୁ ୮୧, କେନ୍ଦ୍ରାପଡ଼ାରୁ ୭୨, ଢ଼େଙ୍କାନାଳରୁ ୬୮, ପୁରୀରୁ ୬୩, ବରଗଡ଼ରୁ ୬୧, ବାଲେଶ୍ୱରରୁ ୫୯, ବଲାଙ୍ଗିରରୁ ୫୫, ନୟାଗଡ଼ରୁ ୪୯, ଯାଜପୁରରୁ ୩୮, କେନ୍ଦୁଝରରୁ ୩୩, ସମ୍ବଲପୁରରୁ ୩୩, କଳାହାଣ୍ଡିରୁ ୩୧, ମାଲକାନାଗିରିରୁ ୨୯, ସୋନପୁରରୁ ୨୩, ନବରଙ୍ଗପୁରରୁ ୨୦, କୋରାପୁଟରୁ ୧୯, ଗଞ୍ଜାମରୁ ୧୮, ଝାରସୁଗୁଡ଼ାରୁ ୧୭, ରାୟଗଡ଼ାରୁ ୧୩, କନ୍ଧମାଳରୁ ୧୧, ଭଦ୍ରକରୁ ୧୦, ଦେଓଗଡ଼ରୁ ୩, ଗଜପତିରୁ ୩ ଏବଂ ଷ୍ଟେଟ ପୁଲରୁ ୨୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

Latest Posts

Don't Miss