କରୋନା ଭାଇରସ କବଳରେ ସାଉଦି ଆରବ ରାଜପରିବାରର ୧୫୦ ସଦସ୍ୟ

ସାଉଦି ଆରବ: ସାଉଦି ଆରବର ରାଜ ପରିବାର ଏବେ କରୋନା କବଳରେ । ମିଳିଥିବା ସୂଚନା ଅନୁଯାୟୀ, ଏବେ ସାଉଦି ଆରବ ରାଜ ପରିବାରର ପାଖାପାଖି ୧୫୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସାଉଦି ପ୍ରିନ୍ସ ଫୈଜଲ ବିନ ଅବଦୁଲ ଅଜିଜ ଅଲ ସୌଦ୍ ଏବେ କରୋନାରେ ସଂକ୍ରମିତ ହୋଇ ଆଇସିୟୁରେ ରହିଛନ୍ତି ।

ରାଜପରିବାରର ସଦସ୍ୟ ତାଙ୍କ ସଂକ୍ରମଣକୁ ନେଇ ପ୍ରଥମେ ସୂଚନା ଦେଇଥିଲେ। ସେହିପରି ରାଜା ସଲମାନ ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଆଇସୋଲେଶନରେ ଥିବା ଜଣାପଡିଛି ।

ରାଜ ପରିବାରଙ୍କ ବ୍ୟବହାର ପାଇଁ ଥିବା ଏକ ସ୍ୱତନ୍ତ୍ର ହସ୍ପିଟାଲରେ ଅଧିକ ୫ଶହ ବେଡ୍‌ର ବ୍ୟବସ୍ଥା କରାଯାଇଛି । ଫଳରେ ଯଦି ରାଜ ପରିବାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଏହାର ଚିକିତ୍ସା କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି ।

Leave a Reply