ଘାଇରେ ବସ୍ ଗଳି ୧୫ ଲୋକଙ୍କ ମୃତ୍ୟୁ

1 min read

ଉତ୍ତରାଖଣ୍ଡ : ଡେରାଡୁନର ବିକାଶନଗର ନିକଟ ବୁଲାଡ଼ ବାୟଲ ରୋଡରେ ଏକ ବସ୍ ଘାଇରୁ ଗଳି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ଗୁରୁତର ଆହତ ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକରେ ଭର୍ତ୍ତି କରାଯାଇଛି  । ବସିରେ ଥିବା ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗ୍ରାମର ବୋଲି ସୂଚନା ମିଳୁଛି  । ଏସଡିଆରଏଫ୍ ଟିମ୍ ସେଠାରେ ପହଞ୍ଚି ମୃତ ବ୍ୟକ୍ତି ଏବଂ ଆହତ ଥିବା ବ୍ୟକ୍ତିଙ୍କୁ  ଉଦ୍ଧାର କରିବାରେ ଲାଗିଛି ବୋଲି ଚକରାତା ଏସଡିଏମ କହିଛନ୍ତି  ।

ବସରେ ଯେତିକି ଯାତ୍ରୀ ଯିବା କଥା ତା ଠୁ ଅଧିକା ବ୍ୟକ୍ତି ଥିବାରୁ ବସିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା  ଜଣେ ପୋଲିସ ଅଧିକାରୀ କହିଛନ୍ତି  । ବସଟି ଛୋଟ ଥିବାବେଳେ ଏଥିରେ ୨୫ ଜଣ ଯାତ୍ରୀ ଥିଲେ  । କୁହାଯାଉଛି କି ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ କେବଳ ଗୋଟିଏ ବସର ସୁବିଧା ରହିଛି  । ଯାତ୍ରୀ ଅନ୍ୟ କେଉଁ ଉପାୟ ନ ପାଇ ବାଧ୍ୟ ହୋଇ ଏହି ଗୋଟିଏ ବସରେ  ଯିବା ଆସିବା କରିଥାନ୍ତି  । ଏଠାରେ ଅନ୍ୟ କୈାଣସି ବସର ସୁବିଧା ଥିଲେ କିମ୍ବା ଆଉ କେତୋଟି ବସ ଚଳାଚଳ କରୁଥିଲେ ଏଭଳି ଦୁର୍ଘଟଣା ହେବାର ସମ୍ଭାବନା ହୋଇନଥାନ୍ତା ବୋଲି ପାଖ ଅଞ୍ଚଳର ଲୋକ ମତ ପ୍ରକାଶ କରିଛନ୍ତି  । ଦୁର୍ଘଟଣା ପରେ ଏଠାରେ ଆଉ ୩-୪ ଟି ବସର ସୁବିଧା କରାଯାଉ ବୋଲି ଆଖପାଖ ଗ୍ରାମବାସୀ ଦାବି କରିଛନ୍ତି  ।

ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ନିଜ ଟ୍ବିଟରେ ଚକରାତା କ୍ଷେତ୍ର ଅନ୍ତର୍ଗତ ବୁଲାଡ଼ ବୟାଲ ମାର୍ଗରେ ହୋଇଥିବା ହୃଦୟବିଦାରକ ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି  । ସେ ଆହୁରି ଲେଖିଛନ୍ତି ଇଶ୍ବର ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ସହ ସେମାନଙ୍କ ପରିବାରକୁ ଏଭଳି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ  । ଏଥିସହ ମୃତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ସହ ଆହତ ଥିବା ବ୍ୟକ୍ତିଙ୍କୁ ଉପଚାରରେ କୈାଣସି ବିଳମ୍ବ ନ ହେବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ପରାମର୍ଶ ଦେଇଛନ୍ତି  ।

Leave a Reply