ସିରିୟା ରାଜଧାନୀ ଦମାସକସ୍ରେ ଇସ୍ରାଏଲର ମିସାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁଣି ସିରିଆରେ ମିସାଇଲ ମାଡ଼ । ସିରିୟା ରାଜଧାନୀ ଦମାସକସ୍ରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ମିସାଇଲ ମାଡ଼ରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ସିରିଆ ଉପରେ ମିସାଇଲ ଆଟାକ୍ ହୋଇଥିଲା । ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।
ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି । ବାୟୁସେନାର ଏକ ଲଢ଼ୁଆ ବିମାନ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନେକ ବିଲ୍ଡିଂ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । ଗତ ଶୁକ୍ରବାର ସିରିୟା ଉପରେ ଆଉ ଏକ ଆକ୍ରମଣ ହୋଇଥିଲା। ଏଥିରେ ୫୩ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଓ ୭ ଜଣ ସେନା ଯବାନ ଥିଲେ । ଏହି ଆକ୍ରମଣ ପାଇଁ ଆଇଏସ୍ଆଇଏସ୍ ନିଜକୁ ଦାୟୀ କରିଥିଲା ।