ବାଂଲାଦେଶରେ ଭୟାନକ ଟ୍ରେନ୍ ଦୁର୍ଘଟଣା; ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ

ଢାକା: ବାଂଲାଦେଶରେ ସୋମବାର ଦିନ ଦୁଇଟି ଟ୍ରେନ୍ ଧକ୍କା ହେବା ଫଳରେ ୧୫ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଏକ ମାଲବାହୀ ଟ୍ରେନ୍ ସହ ଯାତ୍ରୀବାହୀ ଟ୍ରେନ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଦୂର ଭୈରବ ସହରରେ ଏହି ଅଘଟଣ ଘଟିଛି। ସାଦିକୁର ରହମାନ ନାମକ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଆମେ ଏଯାବତ୍ ୧୫ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ, କାରଣ ବଗି ତଳେ କିଛି ବ୍ୟକ୍ତି ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ବୋଲି ଶ୍ରୀ ରହମାନ କହିଛନ୍ତି।