ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ବୁଡ଼ିଗଲେ ୧୫ ମତ୍ସ୍ୟଜୀବି,୨ ମୃତ

ପାରାଦୀପ: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଅଘଟଣ । ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ବୁଡ଼ିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ନେହରୁ ବଙ୍ଗଳା ସମୁଦ୍ରରେ । ସମୁଦ୍ରରେ ଡଙ୍ଗାବୁଡ଼ି ଯିବାରୁ ୨ ଜଣ ମତ୍ସ୍ୟଜୀବିଙ୍କର ମୃତ ଘଟିଛି । ମାଛ ଧରିବାକୁ ଯାଇ ସମୁଦ୍ର ଭିତରେ ବୁଡ଼ିଗଲେ ମତ୍ସ୍ୟଜୀବୀ ।

 

ଗୋଟିଏ ଡ଼ଙ୍ଗାରେ ୧୫ ଜଣ ମାଛ ଧରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ୨ ମୃତକ ହେଉଛନ୍ତି ଗୁରୁଚାନ୍ଦ ରାଏ ଓ ବିଦୁଭୂଷଣ ମାଇତି । ୧୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 

ସୂଚନା ଅନୁଯାୟୀ, ଆଜି ସକାଳୁ ଡ଼ଙ୍ଗା ଦ୍ୱାରା ସମୁଦ୍ରକୁ ୧୫ ଜଣ ମତ୍ସ୍ୟଜୀବି ମାଛ ଧରିବା ପାଇଁ ଯାଇଥିଲେ । କୌଣସି କାରଣରୁ ଡ଼ଙ୍ଗାଟି ମଝି ସମୁଦ୍ରରେ ବୁଡ଼ିଯାଇଥିଲା । ତେବେ ସ୍ଥାନୀୟ ଲୋକେ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ୨ ଜଣଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଦୁଇଦିନ ଲଘୁଚାପ ପାଇଁ ସମୁଦ୍ର ମଧ୍ୟକୁ ଯିବାପାଇଁ ପାଣିପାଗ ବିଭାଗ କେନ୍ଦ୍ର ବାରଣ କରିଥିଲେ ମଧ୍ୟ ଏମାନେ କେମିତି ଗଲେ ତାହା ଏବେ ପ୍ରଶ୍ନ ।

Leave a Reply