ଶୂନ ଫଳ ପାଇଁ ୧୫ କଲେଜକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଶୂନ୍ୟ ଫଳାଫଳ ହୋଇଥିବା ୧୫ଟି ଯୁକ୍ତ ଦୁଇ ବିଜ୍ଞାନ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୋଟିସ କରାଯାଇଛି । ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ କଡ୍ଡା ନିର୍ଦ୍ଦେଶ ରହିଛି । ଅନ୍ୟଥା ୭ ଦିନରେ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଯେଉଁ ସ୍କୁଲ ଗତ ବର୍ଷ ଓ ଚଳିତ ବର୍ଷ ଶୂନ୍ୟ ଫଳାଫଳ ଦେଇଛନ୍ତି, ସେମାନଙ୍କ ସ୍ୱୀକୃତି ତୁରନ୍ତ ପ୍ରତ୍ୟାହାର ହେବ । ୩୧ଟି ସ୍କୁଲ ଯେଉଁଠି ମାଟ୍ରିକ ଫଳ ଶୂନ୍ୟ ଆସିଛି, ସେମାନଙ୍କୁ ବି କାରଣ ଦର୍ଶାଓ ମଗାଯିବ ।
ସୂଚନା ଅନୁଯାୟୀ, ଗତକାଲି +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ୨୦ଟି କଲେଜରେ ପିଲା ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୧୫ଯି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି ।