ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
1 min readରାଜ୍ୟରେ କମୁଛି ଦାରିଦ୍ର୍ୟ ହାର। ୨୦୧୧ରେ ଦାରିଦ୍ର୍ୟ ହାର ୩୩ ଦଶମିକ ୬ ପ୍ରତିଶତ ଥିଲା। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫ ଦଶମିକ ୬୮ ପ୍ରତିଶତକୁ ହ୍ରାସ ପାଇଛି । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର BRGF ପରି ଅନେକ ଯୋଜନା ବନ୍ଦ କରି ଦେଇଥିଲେ ମଧ୍ଯ ରାଜ୍ଯ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଜାରି ରଖିରିଛନ୍ତି। ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଅନ୍ୟାନ୍ୟ ନିଜସ୍ୱ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି। ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମଧ୍ଯ କେନ୍ଦ୍ର ସରକାର BRGF ଓ ଅନ୍ୟ ଯୋଜନା ବନ୍ଦ କରିଦେଇଛନ୍ତି। ସେଠାରେ ରାଜ୍ୟ ସରକାର IDF ପରି ନିଜସ୍ୱ ଯୋଜନା କରିଛନ୍ତି।
ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ ଆଗତ ହେବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟାରେ କାମଚଳା ବଜେଟ ଉପସ୍ଥାପନ କରିବେ।