spot_img

Latest Posts

ରାଜ୍ୟରେ ପୁଣି ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ…

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋମବାର ସକାଳେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୪୬ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ କଟକର ୨୬ ଜଣ ଥିବା ବେଳେ ଖୋର୍ଦ୍ଧାରେ ୨୩ ଜଣ, ଗଞ୍ଜାମର ୧୮ ଜଣ ମୟୁରଭଞ୍ଜର ୧୩ ଜଣ, ଗଜପତିର ୧୨ ଜଣ, ଭଦ୍ରକର ୧୧ ଜଣ, ବଲାଙ୍ଗିରର ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହା ସହ କନ୍ଧମାଳ, କୋରାପୁଟ, ରାୟଗଡ଼ାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି କଳାହାଣ୍ଡିରୁ ୪ ଜଣ ଏବଂ ଜୟପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଢ଼େଙ୍କାନାଳ, ପୁରୀ ଓ ନୂଆପଡ଼ାରୁ ମଧ୍ୟ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାସହ ଜଗତସିଂହପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି ୧୪୬ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୨୮୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଥିବା ବେଳେ ୧୧୮୭ଟି ମାମଲା ସକ୍ରିୟ ରହିଛି ।

Latest Posts

Don't Miss