ସମ୍ବଲପୁରରେ ୧୪୪ ଧାରା, ପଥରମାଡ଼ଙ୍କୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା

ସମ୍ବଲପୁର: ସମ୍ବଲପୁରରେ ଜାରି ହେଲା ୧୪୪ ଧାରା । ହନୁମାନ ଜୟନ୍ତୀ ବାଇକରାଲି ସମୟରେ ପଥରମାଡ଼ଙ୍କୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ସମ୍ବଲପୁରରେ ୧୪୪ ଧାରା ଜାରି କରାଯାଇଛି । ସହରର ୫ଟି ଥାନା ଅଞ୍ଚଳରେ ନିୟମ କଡ଼ାକଡ଼ି କରାଯାଇଛି । ଟାଉନ ଥାନା, ସଦର ଥାନା ଅଇଁଠାପାଲି, ଧନୁପାଲି, କ୍ଷେତରାଜପୁର ଥାନା ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି ।

ପୁରା ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟଏକ ଗୋଷ୍ଠୀର ପଥର ମାଡରେ ଅତିରିକ୍ତ ଏସ୍‌ପିଙ୍କ ତପନ ମହାନ୍ତିଙ୍କ ସହିତ ୧୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଆହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଲାଗିଛି ଆଘାତ। କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ଏବେ ପୁଣି ତିନିଟି ଦୋକାନ ଘର ଉତ୍ତଜନାକାରୀ ଜାଳି ଦେଇଥିବା ଜଣାପଡିଛି ।