ଫି ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଙ୍କ ସଂସଦ ଚାଲ ଅଭିଯାନ

1 min read

ନୂଆଦିଲ୍ଲୀ: ଫି ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେଇଛି । ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସଂସଦମୁହାଁ ହୋଇଛନ୍ତି । ପରିସ୍ଥିତି ବିଗୁଡ଼ିଥିବା ଦେଖି ଜେଏନୟୁ କ୍ୟାମ୍ପସ୍ ବାହାରେ ୧୪୪ ଧାରା ଲାଗୁ କରାଯାଇଛି ।

ଆନ୍ଦୋଳନରତ ଛାତ୍ରମାନେ ଜେଏନୟୁ ଗେଟ ଆଗରେ ପୋଲିସ ରଖିଥିବା ୩ଟି ବ୍ୟାରେକଡ୍ ଭାଙ୍ଗି ରୋଡ୍ ଉପରକୁ ଚାଲି ଆସିଛନ୍ତି । ସଂସଦ ଆଡ଼କୁ ଯିବାପାଇଁ ଥିବା ଶେଷ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ଆନ୍ଦୋଳନରତ ଛାତ୍ର ।

ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ସେମାନେ ସଂସଦ ଚାଲ ଅଭିଯାନ ବାହାର କରିଥିବା କହିଛନ୍ତି । ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୋଲିସ କେତକ ଛାତ୍ରଙ୍କୁ ହେପାଜତକୁ ନେଇଛି । ଉତ୍ତେଜନାକୁ ଦେଖି ଜେଏନୟୁ ଗେଟରେ ଦିଲ୍ଲୀ ପୋଲିସର ୯ କମ୍ପାନି ଫୋର୍ସ ସହ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି ।

ଏଚଆରଡି ମିନିଷ୍ଟ୍ରୀ ଶିକ୍ଷା ସଚିବ ଆର୍ ସୁବ୍ରମଣିୟାମ ଏକ ହାଇ ପାୱାର କମିଟି ଗଠନ କରିଛନ୍ତି । ଏହି କମିଟି ଆନ୍ଦୋଳନରତ ଛାତ୍ର ଓ ଜେଏନୟୁ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ଇସ୍ୟୁ ନେଇ ଆଲୋଚନା କରିବ ।

')}

Leave a Reply