spot_img

Latest Posts

ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା

ଗଞ୍ଜାମ: ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା। ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ୧୪୪ଧାରା ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଲାଗୁ କରାଯିବ କଟକଣା। ଅସ୍ଥାୟୀ ପୀଠରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ଅସ୍ଥାୟୀ ପୀଠରୁ ରାଜବାଟୀ ଯିବେ ମା’ ଠାକୁରାଣୀ। ପୀଠରେ ପୂଜା, ପ୍ରସାଦ ସେବନ, ନଡ଼ିଆ ଭଙ୍ଗା ମନା ହୋଇଥିବା ବେଳେ କେବଳ ମା’ଙ୍କର ଆଳତି କରାଯିବ । ମୋଟ୍ ୨୦ଜଣ ପୂଜକ/ସେବାୟତଙ୍କ ମଧ୍ୟରେ ହେବ ରୀତିନୀତି। ପୋଲିସ କର୍ଡନରେ କେବଳ ପାରମ୍ପରିକ ରୀତିନୀତି ସମ୍ପର୍ଣ୍ଣ ହେବ। ରାତି ୧୦ଟା ସୁଦ୍ଧା ସବୁ କାର୍ଯ୍ୟକ୍ରମ ସାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଠାକୁରାଣୀଙ୍କ ନିକଟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବା ବେଳେ ମାଇକ୍ ବଜାଇବା, ଲୋକଙ୍କୁ ଏକାଠି କରି ପ୍ରବଚନ ଦେବାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି।

Latest Posts

Don't Miss