spot_img

Latest Posts

ରାଜ୍ୟରେ ଆଉ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ ହଜାର ୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ଚିନ୍ତା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଆସ୍ୱସ୍ତି ମିଳିଛି । ଅନ୍ୟପଟେ କିଛି ଦିନ ହେବ କରୋନା ସଂକ୍ରମଣ ସ୍ଥିର ରହିଥିବା କୁହାଯାଉଛି । ଯାହା କି ଏକ ଭଲ ଖବର କୁହାଯାଇପାରେ । ସେହିଭଳି ଅଧିକ ଟେଷ୍ଟ ହେଉଛି ତେଣୁ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି ବୋଲି ସରକାର କହିଛନ୍ତି ।

ତେବେ ଆଜିର ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାସଧିକ ୨୫୫, ଦ୍ୱିତୀୟ ସର୍ବାଧିକ ଖୋର୍ଦ୍ଧାରୁ ୨୨୮, ଗଜପତିରୁ ୧୩୯, ବଲାଙ୍ଗିରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡ଼ରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡ଼ା ୪୨, ଢ଼େଙ୍କାନାଳ ୩୭, କନ୍ଧମାଳ ୩୬, ମାଲକାନଗିରି ୩୩, କେନ୍ଦୁଝର ୩୦, କୋରାପୁଟ୍‌ ୨୯, ବୌଦ୍ଧରୁ ୨୮, ନୟାଗଡ଼ରୁ ୨୮, ଝାରସୁଗୁଡ଼ାରୁ ୨୧, ମୟୂରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂହପୁରୁ ୧୮, ବାଲେଶ୍ୱରରୁ ୧୩, ବରଗଡ଼ରୁ ୧୨, କଳାହାଣ୍ଡି ୧୦, କେନ୍ଦ୍ରାପଡ଼ା ୫, ଯାଜପୁର ୪, ନବରଙ୍ଗପୁର ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ୩୭ ହଜାର ୯୦୦ରେ ପହଞ୍ଚିଛି ।

 

Latest Posts

Don't Miss