ସୋପିଆଁରେ ଲଗାତାର ତିନି ଥର ଏନକାଉଣ୍ଟର

ସୋପିଆଁ: ଜମ୍ମୁକଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ ବଡ଼ଗାମ ଜିଲ୍ଲା ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ ସେଠାରେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଏବେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଜାରି ରହିଛି ।

ବୁଧବାର ସୋପିଆଁ ସୁଗୁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ୪ଦିନ ଭିତରେ ସୋପିଆଁରେ ତିନି ଥର ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ଆତଙ୍କୀଙ୍କ ମୃତ୍ୟୁ ହେଲାଣି । ସିଆରପିଏଫ୍‌, ରାଷ୍ଟ୍ରୀୟ ରାଇଫଲ ଓ ଏସଓଜିର ମିଳିତ ଅପରେସନରେ ସୋପିଆଁରେ ସର୍ଚ୍ଚ ଅପରେସନ୍‌ ହୋଇଥିଲା।

Leave a Reply