ଡିଭାଇଡର ପରେ ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌, ୧୮ରୁ ୧୪ ମୃତ, ବର୍ତ୍ତିଯାଇଛନ୍ତି ୪ ଶିଶୁ

BUS ACCIDENT

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକାଥରକେ ଚାଲିଗଲା ୧୪ ଜଣକ ଜୀବନ । ତୀର୍ଥ କରିବାକୁ ଯାଇଥିଲେ ଏକାଠି । ହେଲେ ଚାଲିଗଲେ ଆରପାରିକୁ । ଆନ୍ଧ୍ରପ୍ରଦେଶର  କୁର୍ଣ୍ଣୁଲ ଜିଲ୍ଲା ଭେଲଦୁର୍ତ୍ତୀ ମଣ୍ଡଲର ମାଦରପୁର ଗାଁରେ ଘଟିଛି ଏଭଳି ଦୁର୍ଘଟଣା ।

ତୀର୍ଥଯାତ୍ରୀ ବସ୍‌ଟି ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍‌ରେ ମୋଟ ୧୮ ଜଣ ତୀର୍ଥଯାତ୍ରୀ ଥିଲେ । ସେଥିରୁ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୮ଜଣ ମହିଳା ରହିଥିବା ବେଳେ ୫ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି । ଅନ୍ୟ ଚାରି ଜଣ ଶିଶୁ ଗୁରୁତର ଅଛନ୍ତି । ସେହିଭଳି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଗୁରୁତର ଏବଂ ମୃତକଙ୍କ ପରିଚୟ ସଂଗ୍ରହ କରିବା ସହ ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛି । ତଥ୍ୟ ମିଳିବା ପରେ ସେମାନଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯିବ ।

ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶି ତଥା ପୋଲିସର ସୂଚନା ଅନୁଯାୟୀ ବସ୍‌ଟି ରୋଡ ଡିଭାଇଡର ସହ ଧକ୍କା ହୋଇଥିଲା । ଗାଡ଼ିଟି ଦ୍ରୁତ ଗତିରେ ଥିଲା । ଡିଭାଇଡର ସହ ଧକ୍କା ହେବା ପରେ ଗାଡ଼ିଟି ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ସକାଳ ପ୍ରାୟ ୪ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାଟି କୁର୍ଣ୍ଣୁଲଠାରୁ ୨୫ କିଲୋମିଟର ଦୂର ମଦପୁରମର ଭେଲଦ୍ରୁତିରେ ଘଟିଥିଲା । ତୀର୍ଥଯାତ୍ରୀ ବସ୍‌ଟି ରାଜସ୍ଥାନର ଆଜ୍‌ମେର ଅଞ୍ଚଳକୁ ଯାଉଥିଲା । ମେସିନ୍‌ ସହଯୋଗରେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ କାଟି ଲୋକଙ୍କୁ ଉଦ୍ଧାର କରାଯାଇଛି ।

Leave a Reply