ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ, ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ

ଗାନ୍ଧୀନଗର: ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ । ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ । ୧୨ ଶହ ଲୋକଙ୍କ ଠାରୁ ୧୪ ଶହ କୋଟି ଠକେଇ ହୋଇଛି । ଫୁଟବଲ ବେଟିଂ ଆପ୍ ମାଧ୍ୟମରେ ଠକେଇ କରିଛନ୍ତି ଜଣେ ଚୀନ ନାଗରିକ । ତେବେ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ । ଗୁଜରାଟ ଓ ୟୁପିରେ ଠକେଇର ଶିକାର ହୋଇଛନ୍ତି ଲୋକେ । ଦାନି ଡାଟା ଆପ୍ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରାଯାଉଥିଲା । ମାମଲାରେ ଏସଆଇଟି ତଦନ୍ତ ହେଉଥିବା ବେଳେ ୟୁପି ପୋଲିସ ମଧ୍ୟ ଜୋରଦାର ତନାଘନା ଆରମ୍ଭ କରିଛି । ଆପ୍ ମାଧ୍ୟମରେ ପ୍ରତିଦିନ ୨୦୦ କୋଟି ଟଙ୍କା ଠକେଇ ହେଉଥିଲେ । ଲୋକେ ଏହି ଆପ୍ ମାଧ୍ୟମରେ ଅର୍ଥ ରୋଜଗାର କରିବା ଆଶାରେ ଅର୍ଥ ବିନିଯୋଗ କରିଥିଲେ । କିନ୍ତୁ ହଠାତ ଆପଟି କାମ ନକରିବାରୁ ଲୋକେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିପାରିଥିଲେ ।